ଜୀସୁ କଡ଼େ ଅଟର ବାର୍ସା ତା଼ଣାଇଁ ନେହିଁକିନାୟି
1 ଈଦାଣି ଡା଼ୟୁ ଜୀହୁଦି ଲ଼କୁତି ର଼ ପାର୍ବୁ ଆ଼ତେ, ଅ଼ଡ଼େ ଜୀସୁ ଜିରୁସାଲମତା ହାଚେସି । 2 ଜିରୁସାଲମତି ମେ଼ଣ୍ଡାୟାଁ ଦୁୱେରି ଡାଗେ ର଼ ବାନ୍ଦା ମାନେ; ଏବ୍ରି ହା଼ଡାତଲେ ବେତ୍ସାୟିଦା ଇନେରି, ଏ଼ ବାନ୍ଦାତା ପା଼ସାଗଟା ପିଣ୍ତାୟାଁ ମାନୁ । 3 ଏମ୍ବାଆଁ କା଼ଣାୟାଁ, ସଟାୟାଁ ଅ଼ଡ଼େ ଆଙ୍ଗା ୱା଼ୟିତି ର଼ଗ ଗାଟାରି ହା଼ରେକା ଜା଼ଣା ନେହିଁ ଆୟାଲି କା଼ଚାହାଁ ମାଣ୍ମ୍ବିତେରି; 4 ଇଚିହିଁ ଏଚିବେ଼ଲାତା ପ୍ରବୁତି ର଼ ଦୂତୁ ବାନ୍ଦାତା ରେ଼ଚାହାଁ ଏ଼ୟୁ ୱୀଟ୍ହିସାରେ, ଅ଼ଡ଼େ ଏ଼ୟୁ ୱୀଡିତି ଡା଼ୟୁ ଆମ୍ବାଆସି ତଲିଏ ହ଼ଡ଼ନେସି, ଏ଼ୱାଣାକି ଏ଼ନି ର଼ଗ ଆ଼ହାମାଚି ଜିକେଏ ନେହିଁ ଆ଼ହିମାଚେସି୫:୪ ଈ କାତା ପ୍ଣାଃଇ ପତିତା ହିଲେଏ । । 5 କଡ଼େ ଅଟର ବାର୍ସା ପାତେକା ର଼ଗ ଗାଟାସି ରଅସି ଏମ୍ବାଆଁ ମାଚେସି । 6 ଜୀସୁ ଏ଼ୱାଣାଇଁ ଡ଼ୟାମାନାଣି ମେସାହାଁ ଗାଡୁ ଦିନାତି ର଼ଗ ଗାଟାସି ଇଞ୍ଜିଁ ପୁଞ୍ଜାହାଁ ଏ଼ୱାଣାଇଁ ୱେଚେସି, "ନୀନୁ ଏ଼ନାଆଁ ନେହିଁ ଆ଼ହାଲି ମ଼ନ କିହିମାଞ୍ଜି ?"
7 ର଼ଗ ଗାଟାସି ଏ଼ୱାଣାଇଁ ଏଲେଇଚେସି, "ବା଼ବୁ, ଏ଼ୟୁ ୱୀଡିନାଟି ନାଙ୍ଗେ ବାନ୍ଦାତା ଅ଼ହାଲି ତାକି ଆମ୍ବାଆସି ହିଲଅସି; ଅ଼ଡ଼େ, ନା଼ନୁ ହାନିବେ଼ଲାତା ଅ଼ଡ଼େ ରଅସି ନା଼ ନ଼କେଏ ହ଼ଡାହାନେସି ।"
8 ଜୀସୁ ଏ଼ୱାଣାଇଁ ଏଲେଇଚେସି, "ନିଙ୍ଗାମୁ, ନୀ ପା଼ସ୍ପନି ଡେ଼କାହାଁ ତା଼କାମୁ ।" 9 ଏ଼ ଦେବୁଣିଏ ଏ଼ୱାସି ନେହିଁ ଆ଼ତେସି ଅ଼ଡ଼େ ତାନି ପା଼ସ୍ପନି ଡେ଼କାହାଁ ତା଼କାଲି ମା଼ଟ୍ହେସି ।
ଏ଼ ଦିନା ଜ଼ମିନି ଦିନା ମାଚେ ।