27 ସାମା ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମାହାପୂରୁତି ରା଼ଜି ମେହ୍ଆ ପାତେକା ଇମ୍ବାଆଁ ନିଚାମାନାରି ଏଚରଜା଼ଣା ହା଼ଅରି ।"
ଜୀସୁ ଅ଼ର ୱା଼ଣା ଆ଼ନାୟି
28 ଈ କାତା ୱେସାନା ଆ଼ଟାଦିନା ହାଜାଲିଏ ପିତର, ଜହନ ଅ଼ଡ଼େ ଜାକୁବଇଁ ଅ଼ହିଁ ହାଜାହାଁ ପ୍ରା଼ତାନା କିହାଲି ହ଼ରୁତା ହାଚେସି । 29 ଅ଼ଡ଼େ ଏ଼ୱାସି ପ୍ରା଼ତାନା କିହିମାଚାଟି ତାନି ମୂମ୍ବୁତି ୱା଼ଣା ତିରିମ୍ଣିହେ ଇଞ୍ଜାଁ ତାନି ହିମ୍ବରି ଦବ୍ଲା ଆ଼ହାଁ ହା଼ରେକା ଉଜେଡ଼ି ଆ଼ତେ । 30 ମ଼ସା ଅ଼ଡ଼େ ଏଲିୟ ଏ଼ୱାଣିତଲେ କାତା ଆ଼ହିମାଚେରି; 31 ଏ଼ୱାରି ଗାୱୁରମିଟି ତ଼ଞ୍ଜାଆ଼ହାଁ ଜୀସୁ ଜିରୁସାଲମତା ହାନିକାତା ଜ଼ଲ୍କି ଆ଼ହିମାଚେରି ।