17 ଲ଼କୁ ବିତ୍ରାଟି ରଅସି ଏ଼ୱାଣାଇଁ ଏଲେଇଚେସି, "ଏ଼ ଗୂରୁ, ନା଼ନୁ ନା଼ ମୀର୍ଏଣାଇଁ ନୀ ତା଼ଣା ତାଚାମାଚେଏଁ; ଏ଼ୱାଣାଇଁ ର଼ ଗୁଲା ବୂତୁ ଆଲ୍ଗାମାନେ । 18 ଏମିନି ଟା଼ୟୁତା ଏ଼ଦି ଏ଼ୱାଣାଇଁ ଆହ୍ନେ, ଏ଼ୱାଣାଇଁ ଡ଼଼ଇ ତ୍ରକ୍ନେ, ଇଞ୍ଜାଁ ଏ଼ୱାଣି ଗୂତିଟି ପମ୍ବଲି ହ଼ନେ, ଅ଼ଡ଼େ ଏ଼ଦି ପାଲ୍କା ଟୀଟି କିନେ, ଇଞ୍ଜାଁ ଏ଼ୱାସି ୱା଼ୟାହାଜି ମାନେସି; ଏ଼ୱାଣାଇଁ ପିସ୍ପି କିହାଲି ନା଼ନୁ ନୀ ସୀସୁୟାଁଇଁ ଏଲେଇଚେଏଁ, ସାମା ଏ଼ୱାରି ଆ଼ଡାଆତେରି ।" 19 ଜୀସୁ ଏ଼ୱାରାଇଁ ଏଲେଇଚେସି, "ଆଡ଼େ ନାମାଆଗାଟି କୂଡ଼ାତାତେରି, ଏଚରଦିନା ନା଼ନୁ ମୀ ତଲେ ଡ଼ୟିଇଁ ? ଏଚରଦିନା ମୀ ଲେ଼ମ୍ବାନାଣି ଅ଼ର୍ହିଇଁ ? କକାଣାଇଁ ନା଼ ତା଼ଣା ତାଦୁ ।" 20 ଏମ୍ବାଟିଏ ଏ଼ୱାଣାଇଁ ଜୀସୁ ତା଼ଣା ତାତେରି । ଅ଼ଡ଼େ, ଜୀସୁଇଁ ମେସ୍ପନିଏ ଏ଼ ବୂତୁ ଏ଼ୱାଣାଇଁ ହା଼ରେକା ତିର୍ୱି କିତେ ଇଞ୍ଜାଁ ବୂମିତା ତର୍ଗାନା ଗୂତିଟି ପମ୍ବଲି ହ଼ପ୍ହାଁ ଊସାଲି ମା଼ଟ୍ହେସି । 21 ଏଚିବେ଼ଲା ଜୀସୁ ତାନି ଆ଼ବାଇଁ ୱେଚେସି, "ଏଚରଦିନା ଆ଼ତେ ଈୱାଣାଇଁ ଇଲେ କିହିମାନେ ?" ଏ଼ୱାସି ଏଲେଇଚେସି, "ଊଣା ୱେ଼ଡ଼ାଟିଏ 22 ଏ଼ଦି ଏ଼ୱାଣାଇଁ ହା଼ୱି କିହାଲି ଏଚେ ଏଚେ଼ତା ହିଚୁତା ଅ଼ଡ଼େ ଏ଼ୟୁଣା ମେତ୍ହାମାନେ; ସାମା ନୀନୁ ଏ଼ନାଆଁ କିହାଲି ଆ଼ଡିତିଁ, ମାଙ୍ଗେ କାର୍ମା ଆ଼ହାଁ ମା଼ ସା଼ୟେମି ଆୟାମୁ ।"
23 ଏମ୍ବାଟିଏ ଜୀସୁ ଏ଼ୱାଣାଇଁ ଏଲେଇଚେସି, "ଏ଼ନାଆଁ ଇଚି ? କିହାଲି ଆ଼ଡିତିଁ, ଆମ୍ବାଆସି ନାମିନେସି ଏ଼ୱାଣାକି ବାରେଏ ଆ଼ନେ ।"
24 ଏ଼ ଦେବୁଣିଏ କକାଣି ତାମି ଆ଼ବା କାଜା ଗିୟାଁତଲେ ଏଲେଇଚେସି, "ନା଼ନୁ ନାମିମାଇଁ ନା଼ ନାମାଆଗାଟାଣି ଗୁଚି କିହାଲି ସା଼ୟେମି କିୟାମୁ ।"
25 ଡା଼ୟୁ ମାନ୍ଦା ଲ଼କୁ ରହେଁଏ ହଟିହିଁ ୱା଼ହି ମାଚାଣି ମେସାହାଁ, ଜୀସୁ ଏ଼ ପ଼ଲ୍ଆ ବୂତୁତି ଦାକା ହୀହାଁ ଏଲେଇଚେସି, "ଆଡ଼େ ଗୁଲା ଅ଼ଡ଼େ ବେ଼ରା ବୂତୁତି, ନା଼ନୁ ନିଙ୍ଗେ ହୁକୁମି ହୀହିମାଞ୍ଜାଇଁ, ଈୱାଣି ତା଼ଣାଟି ହ଼ଚାହାଲାମୁ, ଇଞ୍ଜାଁ ଏଚେଲା ଜିକେଏ ଈୱାଣି ତା଼ଣା ହ଼ଡ଼୍ଆନି ।"
26 ଏମ୍ବାଟିଏ ଏ଼ଦି ହା଼ରେକା କିର୍ଡ଼ିହିଁ କକାଣାଇଁ ତିର୍ୱି କିହାଁ ବୂମିତା ତ୍ରକ୍ହାନା ହ଼ଚାହାଚେ, ଅ଼ଡ଼େ କକାସି ହା଼ତିଲେହେଁ ଆ଼ତେସି, ଇଲେକିହିଁ ହା଼ରେକା ଲ଼କୁ ଏଲେଇଞ୍ଜିମାଚେରି, "କକାସି ହା଼ତେସି ।" 27 ସାମା ଜୀସୁ ଏ଼ୱାଣି କେୟୁ ଆସାହାଁ ନିକ୍ହେସି, ଇଞ୍ଜାଁ ଏ଼ୱାସି ନିତେସି ।