ସା଼ଲୱି କିନାରାଇଁ ମା଼ନି କିନାୟି
1 ବାରେଜା଼ଣା ସା଼ଲୱି କିନାରାଇଁ ମା଼ନି କିନାୟିମାନେ, ଏ଼ନାଆଁତାକି ଇଚିହିଁ ମାହାପୂରୁତି ହେଲ ଆ଼ଆତିହିଁ ଆମ୍ବାଆସି ଜିକେଏ ସା଼ଲୱି କିନି ପା଼ଣା ବେଟାଆ଼ଅସି, ପା଼ଣାତା ମାନି, ସା଼ଲୱି କିନାରି ମାନେରି; ଏ଼ୱାରି ମାହାପୂରୁ ତା଼ଣାଟି ଆ଼ଚ୍ୱି ଆ଼ହାମାନେରି । 2 ଏ଼ଦାଆଁତାକି ଆମ୍ବାଆସି ପା଼ଣାତା ମାନି ସା଼ଲୱି କିନାରି କ଼ପାତଲେ ନିଙ୍ଗିନେସି, ଏ଼ୱାସି ମାହାପୂରୁ ମେ଼ରାତି କ଼ପାତଲେ ନିଙ୍ଗିନେସି; ଆମ୍ବାଆରି ଏଲେକିନେରି ଏ଼ୱାରି ତା଼ମ୍ବୁ ତାମ୍ଙ୍ଗେ ଡଣ୍ତ ବେଟାଆ଼ହାଲି ତାକି କିନେରି ।