11 ଏଲେକିହିଁଏ ମୀରୁ ଜିକେଏ ପା଼ପୁତା ହା଼ହାମାଞ୍ଜେରି ଇଞ୍ଜିଁ ଅଣ୍ପାଦୁ । ସାମା କ୍ରୀସ୍ତ ଜୀସୁ ତା଼ଣାଟି ଆଣ୍ତାହାଁ ମାହାପୂରୁ ତାକି ଜୀୱୁ ଗାଟାତମି ଇଞ୍ଜୁ ।
12 ମୀ ହା଼ନି ଆଙ୍ଗାତା ପା଼ପୁ ସା଼ଲୱି କିୟାଆପେ; ମୀରୁ ଅ଼ଡ଼େ ଆଙ୍ଗାତି ଲାଗେଏତି ଅଣ୍ପୁ ତଲେ ତା଼କାଆଦୁ । 13 ମୀ ଆଙ୍ଗା ଉଡ଼େଲିତି ଲାଗେଏ କାମାତି ଜୁତି ଲେହେଁ ପା଼ପୁ କାମାତା ହେର୍ପାଆଦୁ, ସାମା ହା଼ତାରି ତା଼ଣାଟି ନୀଡାମାନି ଲେହେଁ ଜାହା ଜାହାରାଇଁ ମାହାପୂରୁ ନ଼କିତା ହେର୍ପା କଡାଦୁ, ଇଞ୍ଜାଁ ଜାହା ଜାହାରା ଆଙ୍ଗା ଉଡ଼େଲିତି ଦାର୍ମୁତି ଜୁତି ଲେହେଁ ମାହାପୂରୁ ନ଼କିତା ହେର୍ପାଦୁ ।