35 ଆତିହିଁ ଆମ୍ବାଆସି ମାଙ୍ଗେ କ୍ରୀସ୍ତତି ଜୀୱୁ ନ଼ନି ତା଼ଣାଟି ଏଟ୍କା କିୟାନେସି ? ଦୁକୁ, କସ୍ତ, କା଼କୁଲି କି କା଼ତାରା, ହା଼କି, ଏ଼ସ୍କି, ସନି କି କାଣ୍ତା, ଏ଼ନାୟି ଜିକେଏ ଏ଼ଦାଆଁ କିହାଲି ଆ଼ଡେଏ । 36 ସା଼ସ୍ତେରିତା ରା଼ସ୍କି ଆ଼ହାମାନେ;
"ମିଙ୍ଗେ ତାକି ମା଼ମ୍ବୁ ବାରେଦିନା ହା଼କିତି ନ଼କିତା,
ହା଼ହାଲି ହାଜିମାନି ମେ଼ଣ୍ତା ଲେହେଁ ମା଼ମ୍ବୁ ତ଼ଞ୍ଜା ଆ଼ହିମାନମି ।"
37 ଆ଼ତିଜିକେଏ ଆମ୍ବାଆସି ମାଙ୍ଗେ ଜୀୱୁ ନ଼ୟାଁତେସି, ଏ଼ୱାଣି ସା଼ୟେମି ତଲେ ମା଼ର ଈ ବାରେତି ଲାକ ଜୀଣା ଆ଼ହାମାନାୟି ।