ମଣ୍ତ୍ଲିଦି ଉପାସନା ନିୟମ୍
1 ନାନ୍ ପାର୍ତୁମ୍ ଅନୁରୋଦ କିଜିନା, ପାର୍ତନା କିନିୱାଲେ, ୱିଜେରେ ଉଣ୍ତିଙ୍ଗ୍ ମାପୁରୁମାନୁ ପାର୍ତନା କିଦୁ, ମାଡ଼ିସ୍କିଦୁ ମାରି ଦନ୍ୟବାଦ୍ ସିଦୁ । 2 ଇୟାୱାଜା ଆଇ ସାସନ୍କିନିୱାରିଙ୍ଗ୍ ମାରି ରାଜାରିଙ୍ଗ୍ ପାର୍ତନା କିଦୁ, ଏଣ୍ତେସ୍ ମାପୁରୁଦି ବକ୍ତିଦାନ୍ ସାନ୍ତିଦାନ୍ ତେବାନିକା ମାରି ଆଇୱାରି ଉଣ୍ତିଙ୍ଗ୍ ନେଗେନ୍ତାନ ୱେଡ଼ିକାଦାନ୍ ଜିନିକା 3 ଇୟାନାନି ପାର୍ତନା ରକିୟା କିନି ମାପୁରୁ ଆଗ୍ଡ଼ି ଟିକ୍ ନି ଜଗ୍ ।