11 ଜଦି ଇୟାୱାଜା ୱିଜୁ ବିସୟ୍ ଦଂସ ଆନାତ୍, ଆର୍ତିଙ୍ଗ୍ ଅଡ଼୍ବିଜ ସୁଡ଼ୁଦୁ, ମି ଜିବନ୍ ଏଣ୍ତେସ୍ନାନିକା ଆନିକା ମାନାତ୍ । ଆକା ପବିତ୍ର ମାରି ମାପୁରୁଦିମାନୁ ସିଆୟ୍ ଆନିକା ଅରେନ୍ ଦର୍କାର୍ । 12 ମିରୁ ପ୍ରବୁଦି ଦିନ୍ତିଙ୍ଗ୍ କାପ୍କିଜି ତେବାନି ୱାଲେ, ଆକା ଏଣ୍ତେସ୍ ବେଗି ୱାନାତ୍, ଇୟାଉଣ୍ତିଙ୍ଗ୍ ନିଜେଦିଙ୍ଗ୍ ତିଆର୍ ଆଦୁ । ଆୟା ନାଣ୍ତିଙ୍ଗ୍ ବାଦଡ଼ୱିଜୁ କାସ୍ସି ଦଂସ ଆନାତ୍ । ବାଦଡ଼ତି ଗ୍ରହ ସୁକେଙ୍ଗ୍ୱିଜୁ ପୁରାନାଣ୍ତ ତାତିଦାନ୍ ତର୍ଲେଆନେ ସନେ । 13 ୩:୧୩ ପ୍ରକାଶିତ ୨୧:୧.ମାତର୍ ମାପ୍ ମାପୁରୁ ପାର୍ମାଣ୍ କିତିମାନି ଉଣ୍ତ୍ରି ପୁନି ବାଦଡ଼ ମାରି ପୁନି ଦୁନିଆଦିଙ୍ଗ୍ କାପ୍କିଜି ମାନାପ୍, ଆବେନୁ ଦାର୍ମୁଦିଲୋକୁ ତିଆର୍ ଆନାତ୍ ।