16 ୱାନି ନିଜେଦି ୱିଜୁ ବଇଙ୍ଗାଁ ବା ଇୟାୱିଜୁ ବିସୟ୍ ରାସ୍ସି ଆୟାୱାଜା ୱେର୍ନାନ୍; ଆୟାୱିଜୁଦୁ ଇୟାୱାଜା ଏସ ବିସୟ୍ ମାନାତ୍, ଆମାକାକି ବୁଜାଦେଙ୍ଗ୍ ଆଟ୍ଇକା । ମାରି ଅସିକିତ୍, ଦାନ୍ଦାଆନି ଲୋକୁ ସାସ୍ତ୍ରଦି ଆଇଆଇ ପାଟ୍ ୱାଜା ପାଉଲତି ବଇଙ୍ଗାଁ ବା ତାଗ୍ଇ ଅର୍ତ କିନାର୍ । ଇୟାଉଣ୍ତିଙ୍ଗ୍ ୱାର୍ ନିଜେ ନିଜେଦି ସାନିକା ପାଣି କିଜିନାର୍ ।