ଜିସୁ ୱାନି ସିସୁରି ପାଦାମ୍କୁ ନର୍ତାନ୍
1 ନିସ୍ତାର୍ ପଣ୍ତୟ୍ ଆନି ଆଗ୍ଡ଼ିରି ନାଣ୍ଡିଙ୍ଗ୍ ଜିସୁ ଇୟା ଦୁନିଆଦାନ୍ ବୁବା ଲାକ୍ତୁ ନିଜେ ସନି ସମୟ୍ ଇଗାୱାନିକା ନେସ୍ସି, ଦୁନିଆଦୁ ମାନି ନିଜେଦି ଏମେ ଲୋକାଙ୍ଗ୍ ୱାନ୍ ଜିବନ୍ ନଜି ୱାଜିମାର୍ହାନ୍, ୱାରି ଉଣ୍ତିଙ୍ଗ୍ ନାଣ୍ତ ଜିବନ୍ନୋନିକା ତର୍ତାନ୍ ।
2 ଜିସୁ ନି ୱାନି ସିସୁର୍ ଏସ୍ତିୱାଲେ ନାଡ଼ାଦି ବଜିଦୁ ବାସ୍ତାମାର୍ହାର୍ । ଏସ୍ତିୱାଲେ ସୟତାନ୍ ସିମୋନ ମାରିସି ଇସ୍କାରିୟୋତିୟ ଜିହୁଦାଦି ଜିବନ୍ତୁ ଜିସୁଙ୍ଗୁଁ ସାତ୍ରୁରି କିୟୁଦୁ ସର୍ପେ କିଦେଙ୍ଗ୍ ଇଜି ବଦା କିତାୱିସ୍ତା ମାର୍ହାନ୍ । 3 ନାସ୍ତିୱାଲେ ବୁବା ଜେ ୱିଜୁ ଜିସୁଦି କିୟୁଦୁ ୱିଜୁ ସାକ୍ତି ସର୍ପେ କିତାମାନାନ୍ ମାରି ୱାନ୍ ଜେ ମାପୁରୁ ମାଣାନ୍ ୱାତାମାନାନ୍, ମାରି ମାପୁରୁମାନୁ ସଲ୍ସିନାନ୍, ଇକା ନେସ୍ତାମାର୍ହାନ । 4 ଆବେଟ୍ ଜିସୁ ୱାନ୍ ଉଣି ମାଣାନ୍ ନିଙ୍ଗିଁତାନ୍ନୋ ନିଜେଦି ମୁସ୍କୁରି ଆଙ୍ଗିଁ କୁତ୍ସି ଉଣ୍ତ୍ରି ପାସିଆ ଅସି ନିଜେଦି ଜୁକିଦୁ ତରାତାନ୍ । 5 ୱେନ୍କା ୱାନ୍ ନକିଦୁ ଏର୍ ୱାକ୍ତାନ୍, ମାରି ସିସୁରି ପାଦାମ୍କୁ ନର୍ଜିସିଜି ନିଜେଦି ଜୁକିଦୁ ତରାତିମାର୍ଇ ପାସିଆଦାନ୍ ତେଲ୍ଦେଙ୍ଗ୍ ଆସ୍ତାନ୍ । 6 ଜିସୁ ସିମୋନ୍ ପିତର୍ ଲାକ୍ତୁ ୱାତାନ୍; ଏନ୍ ୱାନିଙ୍ଗ୍ ଇର୍ହାନ୍, "ପ୍ରବୁ, ନିନ୍ ନା ପାଦାମ୍କୁ ନର୍ବିସ୍କିଜି ସିଜିନି ?"
7 ଜିସୁ ୱାନିଙ୍ଗ୍ ଇର୍ହାନ୍, "ନାନ୍ ଏମେକା କିଜିନା, ଆକା ନିନ୍ ଇଲେ ନେସ୍ଏଜିନି, ମାତର୍ ୱେନ୍କା ନେସ୍ନି ।"
8 ପିତର୍ ଜିସୁଙ୍ଗୁଁ ଇର୍ହାନ୍, "ନିନ୍ ମୁଡ଼ୁକେ ଏସ୍କାଙ୍ଗ୍ବା ନା ପାଦାମ୍କୁ ନର୍ଜ ସିଇ ।"
ଜିସୁ ୱାନିଙ୍ଗ୍ ଇର୍ହାନ୍, "ଜଦି ନାନ୍ ନି ପାଦାମ୍ ନର୍ଏ, ଆରିଙ୍ଗ୍ ନା ସିସୁ ଆଦେଙ୍ଗ୍ ଆଟ୍ଇ ।"
9 ସିମୋନ ପିତର୍ ୱାନିଙ୍ଗ୍ ଇର୍ହାନ୍, "ଏ ପ୍ରବୁ, ନିନ୍ କେବଲ୍ ନା ପାଦାମ୍କୁ ସିଲେ ନା କିୟୁ ନି ତାଲା ବା ନର୍ଜ ସିଦା ।"
10 ଜିସୁ ୱାନିଙ୍ଗ୍ ଇର୍ହାନ୍, ଏନ୍ ଏରୁ ଇବାତାମାନାନ୍, ୱାନି ପାଦାମ୍କୁ ନର୍ଦେଙ୍ଗ୍ ଡ଼ିସ୍ତିଙ୍ଗ୍ ମାରି ଇନିକା ଦର୍କାର୍ ସିଲେ, ୱାନ୍ ସତ୍ନେ ନରାତାମାନ୍ନାନ୍; ମିର୍ ୱିଜେରେ ବା ନରାତିମାନିଦେର୍, କେବଲ୍ ଅରେନ୍ ସିଲେ । 11 ମାତର୍ ଏନ୍ ୱାନିଙ୍ଗ୍ ସାତ୍ରୁରି କିୟୁଦୁ ସର୍ପେ କିନ୍ନାନ୍, ଜିସୁ ୱାନିଙ୍ଗ୍ ନେସ୍ତାମାର୍ହାନ୍, ଆୟାଉଣ୍ତିଙ୍ଗ୍ ୱାନ୍ ଇର୍ହାନ୍, କେବଲ୍ ଅରେନ୍ୱାନିଙ୍ଗ୍ ଡ଼ିସ୍ତିଙ୍ଗ୍ ମିର୍ ୱିଜିଦେର୍ ନର୍ୟାଆତିମାନିଦେର୍ ।
12 ୧୩:୧୨ ଲୁକ ୨୨:୨୭. ତାନେୱେନ୍କା ଜିସୁ ୱାରି ପାଦାମ୍କୁ ନର୍ଜି ନିଜେଦି ଆଙ୍ଗିଁ ଆରାଜି ମାରିଡ଼େସି ନିଜେଦି ବାଡିଦୁ ବାସ୍ତି ୱେନ୍କା ୱାରିଙ୍ଗ୍ ୱେନ୍ବାତାନ୍, ନାନ୍ ମି ଉଣ୍ତିଙ୍ଗ୍ ଇନିକା କିତାମାନା, ଆକା ଇନିକା ମିର୍ ନେସ୍ତିମାନିଦେର୍ ? 13 ମିର୍ ନାଙ୍ଗିଁ ଗୁରୁ ନି ପ୍ରବୁ ଇଜି କୁକ୍ସିନିଦେର୍, ମାରି ଆକା ସତ୍ ଇଜିନିଦେର୍; ଇରିଙ୍ଗ୍ ନାନ୍ ତୋ ଆୟାକାନ୍ । 14 ମାରି, ପ୍ରବୁ ନି ଗୁରୁ ଜେ ନାନ୍ ମାପୁରୁ, ନାନ୍ ଜଦି ମି ପାଦାମ୍କୁ ନର୍ତାସିତାମାନା, ଆରିଙ୍ଗ୍ ମିର୍ ବା ନିଜେ ନିଜେଦି ପାଦାମ୍କୁ ନରାନିକା ମାନାତ୍ । 15 ଇରିଙ୍ଗ୍ ମି ଉଣ୍ତିଙ୍ଗ୍ ନାନ୍ ଏଣ୍ତେସ୍ କିତାମାନା, ମିର୍ ବା ଆୟାୱାଜା କିଦୁ, ଇୟାଉଣ୍ତିଙ୍ଗ୍ ନାନ୍ ମିଙ୍ଗିଁ ଉନ୍ଡ୍ରି ସାରି ତର୍ତାମାନା । 16 ୧୩:୧୬ ମାତିଉ ୧୦:୨୪; ଲୁକ ୬:୪୦; ଜୋହନ ୧୫:୨୦.ସତ୍ ସତ୍ନେ ନାନ୍ ମିଙ୍ଗିଁ ଇଜିନା, ସାକର୍ ନିଜେଦି ମାଲିକ୍ମାଣ୍କୁ ପେରିକାନ୍ ଆଏନ୍, ମାରି କାବୁର୍ ଅନିକାନ୍ ପକ୍ତିମାନି ମାଲିକ୍ତି ମାଣାନ୍ ପେରିକାର୍ ସିଲେ । 17 ଜଦି ମିର୍ ଇୟାୱିଜୁ ନେସ୍ତୁ, ଆରିଙ୍ଗ୍ ଆୟାୱାଜା କିତିଙ୍ଗ୍ ମିର୍ ଦନ୍ୟ ।