ଜିସୁ ଅଙ୍ଗୁର୍ତିୱାଦି ୱାଜା
1 ନାନ୍ ସତେନେ ଅଙ୍ଗୁର୍ ତିୱା, ମାରି ମା ବୁବା ପାଣିକିନିକାନ୍ । 2 ନା ମାନୁ ମାନି ଆମା କମାଦୁ ପଲ୍ ଆସ୍ଏତିଙ୍ଗ୍, ଆୟାକା କାତ୍ନା ପୋକ୍ନାନ୍; ମାରି ଆମା କମାଦୁ ପଲ୍ ଆସ୍ନାତ୍, ଆବେନ୍ ନାଣ୍ତ ଆସ୍ତେଙ୍ଗ୍ ଇଜି ୱାନ୍ ତାନେଙ୍ଗ୍ କୟ୍ଜି ସେବା କିନ୍ନାନ୍ । 3 ନାନ୍ ମିଙ୍ଗିଁ ଏମେ ବାକ୍ୟ ୱେର୍ତାମାନା, ଆୟାଉଣ୍ତିଙ୍ଗ୍ ମିର୍ ନର୍ୟାଆତି ୱିସ୍ତିମାନିଦେର୍ । 4 ନା ମାନୁ ମାନ୍ଡ଼୍ରୁ, ଆବେଟ୍ ନାନ୍ ମିମାନୁ ତେବାନା । ଏଣ୍ତେସ୍ କମା ଅଙ୍ଗୁର୍ ତିୱାଦୁ ମାନ୍ଏତିଙ୍ଗ୍ ନିଜେଦାନ୍ ପଲ୍ ଆସ୍ତେଙ୍ଗ୍ ଆଟ୍ଏତ୍, ଆୟାୱାଜା ମିର୍ ବା ନା ମାନୁ ମାନ୍ଏତିଙ୍ଗ୍ ପଲ୍ ଆସ୍ତେଙ୍ଗ୍ ଆଟ୍ଇଦେର୍ ।
5 ନାନ୍ ଅଙ୍ଗୁର୍ ତିୱା, ମିର୍ କମେଙ୍ଗ୍, ଏନ୍ ନାମାନୁ ମାନ୍ନାନ୍ ମାରି ନାନ୍ ଏମାନୁ ମାନା, ୱାନ୍ ନାଣ୍ତ ପଲ୍ ଆସ୍ନାତ୍; ଇରିଙ୍ଗ୍ ନାଙ୍ଗିଁ ଡ଼ିସ୍ତିଙ୍ଗ୍ ମିର୍ ଇନିକା କିଦେଙ୍ଗ୍ ଆଟ୍ଇଦେର୍ । 6 ଏନ୍ ଏସ୍କାଙ୍ଗ୍ ନାମାନୁ ମାନ୍ଏନ୍, ଆରିଙ୍ଗ୍ ୱାନିଙ୍ଗ୍ କାତ୍ନିମାନି କମେଙ୍ଗ୍ ୱାଜା ଆତେରେ ପୋକ୍ନାର୍ ମାରି ୱାର୍ନା ସୋନାତ୍, ଇୟାୱାଜା କମେଆଙ୍ଗାଁ ଲୋକୁ ଉଣ୍ତା କିଜି ସିସୁଦୁ ପୋକ୍ନାର୍ ମାରି ଆୟା କମେଙ୍ଗ୍ ୱେନ୍ସନ୍ନେ । 7 ଜଦି ମିର୍ ନାମାନୁ ମାନ୍ଡ଼୍ରୁ, ମାରି ନା ବାକ୍ୟ ମିମାନୁ ମାନାତ୍, ଆରିଙ୍ଗ୍ ଆମା ବିସୟ୍ ବଦା କିନିଦେର୍, ଆକା ଲସ୍ତୁ, ମାରି ମି ଉଣ୍ତିଙ୍ଗ୍ ଆକା ଆନାତ୍ । 8 ମିର୍ ନାଣ୍ତ ପଲ୍ ଆସ୍ତିଙ୍ଗ୍ ମା ବୁବା ଦନ୍ୟବାଦ୍ ପୟ୍ନାନ୍, ମାରି ମିର୍ ନା ସତ୍ତି ସିସୁର୍ ଆନିଦେର୍ ।