21 ମାରି ବୁବା ଏଣ୍ତେସ୍ ସାତିୱାରିଙ୍ଗ୍ ନିକ୍ସି ଜିବନ୍ ସିନାନ୍, ଆୟାୱାଜା ମାରିସି ବା ଆମାୱାନିଙ୍ଗ୍ ବଦାକିନାନ୍, ୱାନିଙ୍ଗ୍ ଜିବନ୍ସିନାନ୍ । 22 ମାରି, ବୁବା ନିଜେ ଏଙ୍ଗ୍ ବିସାର୍ କିଏନ୍, ମାତର୍ ନିଜେ ମାରିସିଙ୍ଗ୍ ୱିଜୁ ବିସାର୍ କିନି ଅଦିକାର୍ ସିତାମାନାନ୍ । 23 ଆୟାଉଣ୍ତିଙ୍ଗ୍ ଏଣ୍ତେସ୍ ବୁବେଙ୍ଗ୍ ମାନାନାର୍, ମାରିସିଙ୍ଗ୍ ବା ଆୟାୱାଜା ୱିଜେରେ ମାନାନାର୍ । ମାତର୍ ଏନ୍ ମାରିସିଙ୍ଗ୍ ମାନାଏନ୍, ୱାନିଙ୍ଗ୍ ପୋକ୍ତିମାନି ବୁବେଙ୍ଗ୍ ବା ୱାନ୍ ମାନାଏନ୍ ।
24 ସତ୍ ସତ୍ ନାନ୍ ମିଙ୍ଗିଁ ଇଜିନା, ଏନ୍ ନା ବାକ୍ୟ ୱେନ୍ଜି ନା ପୋକ୍ତାତିୱାନିଙ୍ଗ୍ ବିସ୍ବାସ୍ କିନାନ୍, ୱାନ୍ ଏସ୍କାଙ୍ଗ୍ୱିଜ୍ଇ ଜିବନ୍ ପୟ୍ତାମାନାନ୍, ମାରି ୱାନ୍ ବିସାର୍ ଆଏଣ୍ତା ମାତର୍ ୱାନ୍ ସାନିତାନେଙ୍ଗ୍ ଜିଣାଜି ଜିବନ୍ତୁ ଡ଼ୁଗିତାମାନାନ୍ । 25 ସତ୍ ସତ୍ ନାନ୍ ମିଙ୍ଗିଁ ଇଜିନା, ଇୟାୱାଜା ସମୟ ୱାଜିନାତ୍, ମାରି ଇଲେଇବା ଇଗା ୱାତାତ୍, ଏମେୱାଲେ ସାତିକାର୍ ମାପୁରୁଦି ମାରିସିଦି ବଲ୍ ୱେନାର୍, ମାରି ଏମେକାର୍ ୱେନାର୍, ୱାର୍ ଜିବନ୍ ଆନାର୍ । 26 ଇରିଙ୍ଗ୍ ବୁବା ଏଣ୍ତେସ୍ ଜିବନ୍ତି ମୁଲ୍, ମାରିସିଙ୍ଗ୍ ବା ଆୟାୱାଜା ୱାନ୍ ଜିବନ୍ତି ମୁଲ୍ କିତାମାନାନ୍; 27 ମାରି, ୱାନ୍ ମନୁସ୍ୟପୁତ୍ର ଆକା ୱାନ୍ ୱାନିଙ୍ଗ୍ ବିସାର୍ କିଦେଙ୍ଗ୍ ଅଦିକାର୍ ସିତାମାନାନ୍ । 28 ଆବେ କାବା ଆମାଟ୍, ଇରିଙ୍ଗ୍ ଇୟାୱାଜା ସମୟ ୱାଜିନାତ୍, ଏସ୍ତିୱାଲେ ସାତିକାର୍ ୱିଜେରେ ୱାନି ବଲ୍ ୱେନାର୍ 29 ମାରି ଦୁକିଦାନ୍ ମାରିଡ଼େସି ନିଙ୍ଗିଁଜି ୱାନାର୍, ଏମେକାର୍ ନେଗି ପାଣି କିତାମାନାର୍, ୱାର୍ ଜିବନ୍ ପୟ୍ଜି ନିଙ୍ଗିଁନାର୍ ମାରି ଜିନାର୍ ମାରି ଏମେକାର୍ ତାଗ୍ଇପାଣି କିତାମାନାର୍, ୱାର୍ ନିଙ୍ଗିଁଜି ଦଣ୍ତ୍ ପୟ୍ନାର୍ ।
30 ନାନ୍ ନା ନିଜେଦି ସାକ୍ତିଦାନ୍ ଇନିକା କିଦେଙ୍ଗ୍ ଆଟ୍ଏ; କେବଲ୍ ମାପୁରୁଦି ଆଦେସ୍ତାନ୍ ବିସାର୍ କିନା, ମାରି ନା ବିସାର୍ ଟିକ୍, ଇରିଙ୍ଗ୍ ନାନ୍ ନିଜେଦି ବଦା ସାଲାକିଦେଙ୍ଗ୍ ବଦା କିଏନ୍ଣ୍ତା ନାଙ୍ଗିଁ ପୋକ୍ତାତିୱାନିନ୍ଦି ବଦା ସାଲାକିଦେଙ୍ଗ୍ ବଦାକିନା ।
31 ଜଦି ନାନ୍ ନା ନିଜେଦି ବିସୟ୍ତାନ୍ ନିଜେ ସାକି ସିନା, ଆରିଙ୍ଗ୍ ନା ସାକି ସତ୍ତି ପାର୍ମାଣ୍ ଆଏତ୍ ।