39 ମରିୟମ୍ ଦର୍ତି ତାନି ଅରେତ୍ ତାଙ୍ଗିଁ ମାର୍ଆତ୍, ୱାଦ୍ ପ୍ରବୁଦି କାଲ୍କା ଆଡ୍ଗି ବାସ୍ସି ୱାନି ବାକ୍ୟ ୱେନ୍ଜି ମାର୍ଆତ୍ । 40 ମାତର୍ ମାର୍ତା ରାନ୍ଦାବାଡ଼ା କିଦେଙ୍ଗ୍ ବେସି ତେରେପେତେ ଆଜି ମାର୍ଆତ୍; ଆଦେଙ୍ଗ୍ ୱାଦ୍ ଜିସୁ ଲାକ୍ତୁ ୱାଜି ଇର୍ହାତ୍, "ଏ ପ୍ରବୁ, ନା ତାଙ୍ଗିଁ ଜେ ନା ଅରେତ୍ତାନି ମୁସ୍କୁନେ ରାନ୍ଦାବାଡ଼ା କିନି ବଜୁ ଡ଼ିସ୍ତାମାନାତ୍, ତାନେ ତରିନ୍ ଇନିକା ନି ମନ୍ ସିଲେତ୍ ? ୱାଦ୍ ନାଙ୍ଗିଁ ସେବା କିନି ଉଣ୍ତିଙ୍ଗ୍ ତାନିଙ୍ଗ୍ ଇନ୍ଆଁ ।"
Publicidade