24 ଜୋହନତି ସିସୁର୍ ସର୍ଇ ୱେନ୍କା ୱାନ୍ ଜୋହନତି ବିସୟ୍ତାନ୍ ଲୋକାଙ୍ଗ୍ ଇନ୍ଡ୍ରେଙ୍ଗ୍ ଆସ୍ତାନ୍, ମିର୍ ଇନିକା ସୁଡ଼ୁଦେଙ୍ଗ୍ ସିମ୍ରା ବାଡିଦୁ ସତିସର୍ଇ ମାର୍ଇଦେର୍ ? ଇନିକା ଗାଲିଦାନ୍ ଦୁଙ୍ଗ୍ଁଜିମାନି ଉଣ୍ତ୍ରି ଦେର୍ ନାଡ଼ା ? 25 ଆୟାକା ଆଏତିଙ୍ଗାଁ ମିର୍ ଇନିକା ସୁଡ଼ୁଦେଙ୍ଗ୍ ସତିସର୍ଇ ମାର୍ଇଦେର୍ ? ଇନିକା ଦାରାଦି ଆଙ୍ଗିଁ ଆରାତିମାନି ଅରେନ୍ ଲୋକ୍ତିଙ୍ଗ୍ ? ସୁଡ଼ୁଦୁ, ଆମାକାର୍ ଦାରାଦି ଆଙ୍ଗିଁ ଆରାନାର୍ ମାରି ସୁକ୍ତାନ୍ ଜିନାର୍, ୱାର୍ ରାଜାଦି ମେଡ଼୍ତୁ ତେବାନାର୍ । 26 ନାଙ୍ଗିଁ ଇନ୍ଡ୍ରୁ, ଆୟାକା ଆଏତିଙ୍ଗାଁ ଇନିକା ସୁଡ଼ୁଦେଙ୍ଗ୍ ସହସୋ ସର୍ଇମାର୍ଇଦେର୍ ? ଇନିକା ଅରେନ୍ ବାବବାଦିଙ୍ଗ୍ନୋ ? ନାନ୍ ମିଙ୍ଗିଁ ସତ୍ ଇଜିନା, ବାବବାଦି ମାଣାନ୍ ନାଣ୍ତ ପେରିୱାନିଙ୍ଗ୍ । 27 ଜୋହନତି ବିସୟ୍ତାନ୍ ସାସ୍ତ୍ରଦୁ ରାସାତାମାନାତ୍, ମାପୁରୁ ଇର୍ହାନ୍, ମାପ୍ ନିଜେ ଦୁତ୍ତିଙ୍ଗ୍ ମି ଆଗ୍ଡ଼ି ପୋକ୍ତାମାନାପ୍, ୱାନ୍ ମି ଆଗ୍ଡ଼ି ମି ସାରି ତିଆର୍ କିନାନ୍, ଇୟାକାନ୍ ଆୟା ଜୋହନ । 28 ନାନ୍ ମିଙ୍ଗିଁ ସତ୍ ଇଜିନା, "ଆଇମାମାନୁ ଜନମ୍ଆତି ଲୋଇରାନ୍ ଜୋହନ ମାଣାନ୍ ଆମାକାନ୍ ପେରିକାନ୍ ସିଲେନ୍; ଆତିଙ୍ଗ୍ବା ମାପୁରୁଦି ରାଜିଦୁ ଆମାକାନ୍ ଇସ୍ରିକାନ୍, ୱାନ୍ ଜୋହନତି ମାଣାନ୍ ପେରିକାନ୍ ।"
29 ୭:୨୯ ମାତିଉ ୨୧:୩୨; ଲୁକ ୩:୧୨. ଆମାକାର୍ ଇୟାୱିଜୁ ମାଟା ୱେନ୍ଜି ମାର୍ଆର୍, ୱାର୍, ବିସେସ୍କିଜି ସିସ୍ଟୁ ଲୋସ୍ନିକାର୍, ମାପୁରୁଦି ଟିକ୍ ଦାବିୱିଜୁ ପୁରାକିଜି ଜୋହନତି ମାଣ୍କୁ ଡୁବନ୍ ଅତାମାର୍ଆର୍ । 30 ମାତର୍ ପାରୁସିର୍ ନି ଦାର୍ମୁଗୁରୁର୍ ୱାରି ଜିବନ୍ ଉଣ୍ତିଙ୍ଗ୍ ମାପୁରୁଦି ଉଦେସ୍ତିଙ୍ଗ୍ ମାନାଏଣ୍ଗା ଜୋହନ ମାଣ୍କୁ ଡୁବନ୍ ଅଏତା ମାର୍ଆର୍ ।