27 ୱାନ୍ ଡଙ୍ଗାଁଦାନ୍ ସହସି ପାଡ଼ିଦୁ ରେତାନ୍, ଆୟା ଗାଡ଼୍ତି ଅରେନ୍ ଦୁବାଆସ୍ତି ଲୋକୁ ୱାନିଙ୍ଗ୍ ବେଟ୍ଆତାନ୍; ୱାନ୍ ନାଣ୍ତ ଦିନ୍ ସାନ୍ଦି ଆଙ୍ଗିଁ ଆରାଏଣ୍ତା ମାରି ଇନ୍ଡ୍ର ମାନ୍ଏଣ୍ତା ଦୁକିଦୁ ମାନ୍ଜି ମାର୍ଆନ୍ । 28 ୱାନ୍ ଜିସୁଙ୍ଗୁଁ ସୁଡ଼ୁଜି ଆଉଲି ଆଜି ୱାନି ପାଦାମ୍ ଆଡ୍ଗି ଆର୍ଜି ପେରି ୱେୟୁଦାନ୍ ଇର୍ହାନ୍, "ଏ ପେରି ମାପୁରୁଦି ମାରିନ୍ ଜିସୁ, ନି ୱାଲେ ନାଙ୍ଗିଁ ଇନିକା ମାନାତ୍ ? ନାନ୍ ନିଙ୍ଗିଁ ମାଡ଼ିସ୍କିଜିନା, ନାଙ୍ଗିଁ କାସ୍ଟୁ ସିମା ।" 29 ଇରିଙ୍ଗ୍ ୱାନ୍ ତାଗ୍ଇ ଆତ୍ମାଦିଙ୍ଗ୍ ଆୟା ଲୋକାମାଣ୍କୁ ସହସ ସନି ଉଣ୍ତିଙ୍ଗ୍ ଆଦେସ୍ ସିତା ମାର୍ହାନ୍ । ଆୟା ଦୁବା ନାଣ୍ତ ଦେବେଙ୍ଗ୍ ୱାନିଙ୍ଗ୍ ଆସ୍ତାମାର୍ହାତ୍, ମାରି ଲୋକୁ ୱାନିଙ୍ଗ୍ ସିକ୍ଣିଦାନ୍ ତର୍ସି ଇଡ୍ଜିମାର୍ହାର୍, ମାତର୍ ୱାନ୍ ତର୍ତିକାୱିଜୁ ତେଉଜି ପୋକ୍ସି ମାର୍ଆତ୍ ଦୁବା ୱାନିଙ୍ଗ୍ ସୁନ୍ସାନ୍ବାଡିଦୁ ଅସିମାର୍ହାତ୍ ।
30 ଜିସୁ ୱାନିଙ୍ଗ୍ ୱେନ୍ବାତାନ୍, "ନି ଦର୍ ଇନିକା ?" ୱାନ୍ ଇର୍ହାନ୍, "ନା ଦର୍ ବାହିନି; ଇରିଙ୍ଗ୍ ନାଣ୍ତ ଦୁବେଙ୍ଗ୍ ୱାନିଙ୍ଗ୍ କାସ୍ତେ ମାର୍ଏ ।" 31 ମାରି, ୱାନ୍ ଏଣ୍ତେସ୍ ୱାରିଙ୍ଗ୍ ପାତାଲ୍ତୁ ସନି ଉଣ୍ତିଙ୍ଗ୍ ଆଦେସ୍ ସିମାକିନ୍, ଆୟାଉଣ୍ତିଙ୍ଗ୍ ୱାର୍ ୱାନିଙ୍ଗ୍ ମାଡ଼ିସ୍ କିତାର୍ ।
32 ଆବେନୁ ଗର୍ନ୍ ଲାକ୍ତୁ ଉଣ୍ତ୍ରି ପେରି ପାନ୍ଣ୍ତ୍ରିଙ୍ଗ୍ ମାନ୍ଦା ସାରାଜିମାର୍ଏ, ମାରି ୱାନ୍ ଏଣ୍ତେସ୍ ତାଗ୍ଇ ଆତ୍ମେଙ୍ଗ୍ ଆୟା ପାଣ୍ତ୍ରିଙ୍ଗାଁ ଲୋଇ ଡ଼ୁଗ୍ଦେଙ୍ଗ୍ ଉଣ୍ତିଙ୍ଗ୍ ସାରି ସିତାନ୍, ଆୟାଉଣ୍ତିଙ୍ଗ୍ ୱାର୍ ଜିସୁଙ୍ଗୁଁ ମାଡ଼ିସ୍ କିତାର୍ । 33 ୱାନ୍ ୱାନିକାଙ୍ଗ୍ ସାରି ସିତାନ୍ଆକା, ଦୁବେଙ୍ଗ୍ ଆୟା ଲୋକ୍ତିବାଣାନ୍ ସହସି ପାନ୍ଡ୍ରିଙ୍ଗାଁ ଲୋଇ ଡ଼ୁଗିତେ; ଆବେନୁ ଆୟା ପାନ୍ଡ୍ରିଙ୍ଗ୍ ୱିଜୁ ଗରନ୍ ଟିପୁଦାନ୍ ଉରୁକ୍ସି ସଲ୍ସି ସାମ୍ଦୁର୍ତୁ ଆର୍ଜି ମୁଡ଼ୁଗିତେ ସାତେ ।
34 ମିଜି ମାର୍ଇ ଲୋକୁ ଆୟା ଗଟ୍ନା ସୁଡ଼ୁଜି ଉରୁକ୍ସି ସଲ୍ସି ଗାଡ଼୍କାଙ୍ଗ୍ ନି ନାର୍କାଙ୍ଗ୍ଁ ଆକା ୱେର୍ତାର୍ । 35 ଆବେନୁ ଲୋକୁ ଗଟ୍ନା ସୁଡ଼ୁଦେଙ୍ଗ୍ ସହସି ୱାତାର୍; ମାରି, ୱାର୍ ଜିସୁ ଲାକ୍ତୁ ୱାଜି, ଏମେ ଲୋକାମାଣାନ୍ ଦୁବେଙ୍ଗ୍ ସତେମାର୍ଏ, ୱାନିଙ୍ଗ୍ ନେଗି ୱାତି ପିଡ଼ିଗ୍ଜୋ ନେଗି ମୋନ୍ତାନ୍ ଜିସୁଦି ପାଦାମ୍ ଆଡ୍ଗି ବାସ୍ତିମାର୍ଇକା ସୁଡ଼ୁଜି ତିଲାତାର୍ ।