21 ଜିସୁ ୱାନି ତରିଣ୍ତ୍ ସୁଡ଼୍ଜି ୱାନିଙ୍ଗ୍ ଲାଡ୍କିଜି ଇର୍ଆନ୍, "ନି ଉଣ୍ତ୍ରିବିସୟ ଉଣାମାନାତ୍, ସାଙ୍ଗ୍ଆ ନି ୱିଜୁ ଦନ୍ ସମ୍ପତ୍ତି ପର୍ସୋ କାକୁର୍ତି ଲୋକାଙ୍ଗ୍ ଡାବୁଙ୍ଗୁଁ ବାଟାକିଜି ସିଆ, ଆବେଟ୍ ନିନ୍ ମୁସ୍କୁପୁର୍ତି ଦନ୍ ପଇନି; ମାରି, ୱାଜି ନା ୱେନ୍କା ବୁଲାଆ ।" 22 ଜିସୁଦି ଇୟା ମାଟା ୱେର୍ଆନ୍ ନୋ ଆୟା ଲୋକ୍ତି ମକମ୍ ୱାର୍ତା ସର୍ଆତ୍ ମାରି ୱାନ୍ ଦୁଃକ୍ ଆଜି ଇନ୍ଡ୍ର ସର୍ଆନ୍, ଇରିଙ୍ଗ୍ ୱାନିଙ୍ଗ୍ ନାଣ୍ତ ଦନ୍ ସମ୍ପତ୍ତି ମାର୍ଆତ୍ ।