ଜିସୁ ରାଜା ୱାଜା ଯିରୁଶାଲତୁ ସର୍ଆନ୍
1 ଏସିୱାଲେ ଜିସୁ ମାରି ୱାନି ସିସୁର୍ ଜିରୁସାଲମ୍ତି ଲାକ୍ତୁ ମାନି ଜୀତ ଗରନ୍ତି ଲାକ୍ତୁରି ବେତ୍ପାଗି ନି ବେତନିୟା ଇନି ନାର୍ତୁ ଇତାର୍, ନାସ୍ତିୱାଲେ ଜିସୁ ୱାନି ସିସୁରି ଲୋଇ ରିଏରିଙ୍ଗ୍ ଇୟା ମାଟା ୱେର୍ସି ପୋକ୍ତାନ୍ । 2 "ମି ଆଗ୍ଡ଼ି ମାନି ଆୟା ନାଟ ସାନ୍ଡ୍ରୁ; ଆବେ ଇତି ଦାପ୍ରେ, ଆମା ମୁସ୍କୁ ଏନ୍ବା ବାସ୍ଇ ମାନି ଉଣ୍ତ୍ରି ଗଦପିଲାଦିଙ୍ଗ୍ ତର୍ନି ମାନିକା ସୁଡ଼୍ନିଦେର୍, ଆୟା ଗଦପିଲାଦିଙ୍ଗ୍ କୁତ୍ସ ନା ଲାକ୍ତୁ ତାଗାଟ୍ । 3 ମାରି, ଏନ୍ ଜଦି ମିଙ୍ଗିଁ ଏନ୍ଦା କୁତ୍ସି ଅସିନିଦେର୍ ଇଜି ୱେନ୍ବାନାନ୍, ଇନିଦେର୍, ପ୍ରବୁଙ୍ଗ୍ ଦର୍କାର୍ ମାନାତ୍, ମାରି ୱାନ୍ ଆୟା ଗଦପିଲାଦିଙ୍ଗ୍ ମାରିଡ଼େସି ୱେଡ଼ା କିଏନ୍ଣ୍ତା ବେନୁ ପୋକ୍ନାନ୍ ।"
4 ସିସୁର୍ ଆୟା ନାର୍ତୁ ସରାରୋ ଉଣ୍ତ୍ରି ଇଲୁ ସେର୍ଲା ଲାକ୍ତୁ ଆତ୍ରେ ଦୁୱାର୍ତୁ ଉଣ୍ତ୍ରି ଗଦପିଲାଦିଙ୍ଗ୍ ତର୍ତି ମାର୍ଇକା ସୁଡ଼ୁତାରୋ ଗଦଦିଙ୍ଗ୍ କୁତ୍ତାର୍ । 5 ଆବେନ୍ ଆୟା ଲାକ୍ତୁ ନିରିଇ ମାନି ଲୋକା ମାଣ୍କୁ ଏସ ଲୋକୁ ୱାରିଙ୍ଗ୍ ୱେନ୍ବାତାର୍, "ଗଦପିଲାଦିଙ୍ଗ୍ ଇନିକା କିଜିନିଦେର୍, ଗଦପିଲାଦିଙ୍ଗ୍ ଇନ୍ଦାନିଙ୍ଗ୍ କୁତ୍ସିନିଦେର୍ ?"
6 ଜିସୁ ଇନିକା ଇନ୍ଡ୍ରେଙ୍ଗ୍ ଇର୍ଆମାର୍ଆନ୍, ସିସୁର୍ ଆୟାୱାଜା ୱାରିଙ୍ଗ୍ ଇର୍ହାର୍, ତାନେ ୱେନ୍କା ଲୋକୁ ୱାନିକାଙ୍ଗ୍ ଡ଼ିସ୍ସି ସିତାର୍ । 7 ସିସୁର୍ ଆୟା ଗଦପିଲାଦିଙ୍ଗ୍ ଜିସୁ ଲାକ୍ତୁ ତାତାର୍ ରୋ ମାରି ଗଦଦି ମୁଟାମ୍ ମୁସ୍କୁ ନିଜେ ନିଜେଦି ୱାତିଙ୍ଗ୍ ପାର୍ସି ସିତାର୍, ମାରି ଜିସୁ ଆୟା ଗଦ ମୁସ୍କୁ ବାସ୍ତାନ୍ । 8 ମାରି ଏସଲୋକ୍ ଜିସୁଙ୍ଗୁଁ ମାନାଜି ଇଜି ନିଜେ ନିଜେଦି ୱାତିଙ୍ଗ୍ ରାସ୍ତାଦୁ ପାର୍ସି ସିତାର୍ ମାରି ଏସୋଲୋକ୍ ମାରାତି ରଡେଙ୍ଗ୍ ୱିଜୁ କାତ୍ସି ତାତାର୍ ନୋ ରାସ୍ତାଦୁ ପାର୍ତାର୍ । 9 ମାରି, ଜିସୁଦି ଆଗ୍ଡ଼ି ନି ୱେନ୍କା ବୁଲାଜି ସଲ୍ସି ମାନି ଲୋକ୍ଡର୍ ନାଣ୍ତ ଆଉଲି ଆଜି ଇନ୍ଡ୍ରେଙ୍ଗ୍ ଆସ୍ତାର୍, "ହୋଶାନା ପ୍ରବୁଦି ଦର୍ତାନ୍ ଏନ୍ ୱାଜିନାନ୍, ମାପୁରୁ ୱାନିଙ୍ଗ୍ ଆର୍ସିବାଦ୍ କିପିନ୍ ! 10 ମା ପୁର୍ବେଦି ବୁବା ଦାଉଦତି ଆମା ରାଜି ୱାଜିନାତ୍, ଆୟାତାନେଙ୍ଗ୍ ଧନ୍ୟ, ଆୟା ମୁସ୍କୁପୁର୍ତୁ ମାନି ନେଗି ବୁବାଦି ଧନ୍ୟ । ନାଣ୍ତ ଲୋକାମାନୁ ହୋଶାନା ।"
11 ଜିସୁ ଜିରୁସାଲାମ୍ତୁ ଇତାନ୍ ମାରି ମନ୍ଦିର୍ ଲୋଇ ଡ଼ୁଗିତାନ୍ ମାରି ସାରିବେଡ଼୍ତି ୱିଜୁ ଜିନିସ୍ତିଙ୍ଗ୍ ସୁଡ଼ୁତାନ୍ ନାସ୍ତିୱାଲେ ମିଲ୍ମିଲିକା ଆଜି ୱାଜି ମାର୍ଆତ୍ ଆକା ବାର୍ ଲୋକୁ ସିସୁରିୱାଲେ ବେତନିୟା ଇନି ନାର୍ତୁ ସର୍ଆନ୍ ।