ଜିସୁ ଅରେନ୍ କିୟୁ ୱାର୍ତି ସର୍ହି ଲୋକ୍ତିଙ୍ଗ୍ ନେଗେଣ୍ତ୍ କିତାନ୍
1 ଜିସୁ ମାରିଡ଼େସି ପାର୍ତନା କିନି ଇଲୁଦୁ ସର୍ଆନ୍ । ଆବେ ଅରେନ୍ ଲୋକୁ ମାର୍ଆନ୍, ୱାନି ଉଣି କିୟୁ ୱାର୍ତା ମାର୍ଆତ୍ । 2 ମାରି, ଜିସୁ ରମ୍ନି ଦିନ୍ତୁ ଆୟା ଲୋକ୍ତିଙ୍ଗ୍ ନେଗେଣ୍ତ୍ କିନାନ୍ନୋ ସିଲେ, ଇକା ସୁଡ଼ୁଦେଙ୍ଗ୍ ଇଜି ୱାର୍ ୱାନି ମୁସ୍କୁ କାଣୁକୁ ସୁଡ଼ୁଜିମାର୍ଆର୍, ଏଣ୍ତେସ୍କି ୱାର୍ ୱାନି ବିରୁଦ୍ତାନ୍ ଦୋସ୍ କିଦେଙ୍ଗ୍ ଆଟ୍ନାର୍ । 3 ଆମା ୱାନିଦି କିୟୁ ୱାର୍ତା ସୋର୍ଆ ମାର୍ଆତ୍, ୱାନିଙ୍ଗ୍ ଜିସୁ ଇର୍ଆନ୍, "ରାଆ, ନାଣ୍ମି ନିଲ୍ଆ ।" 4 ମାରି, ଜିସୁ ୱାରିଙ୍ଗ୍ ଇର୍ଆନ୍, "ରମ୍ନି ନାଣ୍ଡିଙ୍ଗ୍ ଇନି ପାଣି କିନିକା ନିୟମ୍ ମାନାତ୍ ? ନେଗେଣ୍ତ୍ କିଦେଙ୍ଗ୍ ନୋ ସେଏଣ୍ତ୍ କିଦେଙ୍ଗ୍ ? ଅରେନ୍ ଲୋକ୍ତି ଜିବନ୍ ରକିୟା କିନିକା ନୋ ସାପିସ୍ନିକା ?" ମାତର୍ ଲୋକ୍ଡର୍ ଆଲେତା ସରଆର୍ ।
5 ଆବେଟ୍ ଜିସୁ ଲୋକା ଜିବନ୍ ଆଟ୍ୱାଆକା ଦୁଃକ୍ ଆଜି ରିସାଦାନ୍ ସାରିବେଡ଼୍ତି ୱାରିଙ୍ଗ୍ ସୁଡ଼ୁଜି କିୟୁ ୱାର୍ତି ମାର୍ଇ ଲୋକ୍ତିଙ୍ଗ୍ ଇର୍ଆନ୍, "ନି କିୟୁ ପେର୍ଆ ।" ୱାନ୍ ୱାନି କିୟୁ ପେର୍ତାନ୍, ମାରି ୱାନି କିୟୁ ନେଗେଣ୍ତ୍ ଆତାସର୍ଆତ୍ ।