38 ୱାର୍ ଯାଇରସ୍ତି ଇଲ୍ତୁ ୱାତାରୋ, ୱାନ୍ ଆଉଲି ଆନିକା ମାରି ଲୋକୁ ନାଣ୍ଡ ବର୍କୁକ୍ସି ଆଡ଼୍ବାନିକା ମାରି ଦୁଃକ୍ତାନ୍ ଆଡ଼୍ବାନିକା ସୁଡ଼ୁତାନ୍, 39 ଜିସୁ ଇଲୁ ଲୋଇ ସର୍ଆନ୍ ନୋ ଲୋକାଙ୍ଗ୍ ଇର୍ଆନ୍, "ଏନ୍ଧା ଆଉଲି ମାରି ଆଡ଼୍ବାଜିନିଦେର୍ ? ଗାଡ଼ି ସାଏତ୍, ମାତର୍ ୱାଦୁ ସୁସ୍ତାମାନାତ୍ । ଆବେଟ୍ ୱାର୍ ୱିଜେରେ ଜିସୁଙ୍ଗୁଁ ସେମାର୍ କିତାର୍ ।"
40 ଜିସୁ ୱିଜୁ ଲୋକାଙ୍ଗ୍ ଆତ୍ରେ ପୋକ୍ତାନ୍ ନୋ ଆଇଲିଦି ବୁବାସି ନି ଆଇସିଙ୍ଗ୍ ମାରି ୱାନି ମୁଏର୍ ଶିଶୁର୍ରିଙ୍ଗ୍ ୱାନିୱାଲେ ଆସ୍ତାନ୍ନୋ ଆଇଲି ଆମା ବାଡିଦୁ ଡରିତା ମାର୍ଆତ୍, ଆବେ ସର୍ଆର୍ରୋ ଡ଼ୁଗିତାର୍ । 41 ଜିସୁ ଆଇଲିଦି କିୟୁ ଆସ୍ସି ଇର୍ଆନ୍, "ଟାଲିଥାକୁମ୍," ଇରିଙ୍ଗ୍ "ଏ ଆଇଲି, ନାନ୍ ନିଂଇ ଇଜିନା ନିଙ୍ଗିଁଆ ।"
42 ଆୟାଦାପ୍ରେ ଆଇଲି ନିଂଇତାଦୋ ବୁଲାଦେଙ୍ଗ୍ ଆସ୍ତାତ୍; ନାସ୍ତିୱାଲେ ଆଇଲିଦିଙ୍ଗ୍ ବାର ବାର୍ସେକ୍ ଆତାମାର୍ଆତ୍ । ଆବେଟ୍ ଇୟା ମାଟା ୱେର୍ଆର୍ ୱିଜେରେ ନାଣ୍ତ କାବାତାସର୍ଆର୍ ।