12 ମା ୱିଜେରିଙ୍ଗ୍ଁ ମାପୁରୁଦି ଲାକ୍ତୁ ନିଜେ ନିଜେଦି ଇସାବ୍ ସିଦେଙ୍ଗ୍ ପଡ଼ାନାତ୍ ।
ତଡ଼ାନତିଙ୍ଗ୍ ଆଡ୍ଗି ଆର୍ପ୍ମାଟ୍
13 ଆଦେଙ୍ଗ୍ଁ ଆଇୱାରିଙ୍ଗ୍ ବିସାର୍ କିମାଟ୍ । ଇୟାୱାଜା ବା ଇନିକା କିମାଟ୍, ଆମାମାଣାନ୍ କି ମି ତଡ଼ାନ୍ ତାକାୟ୍ ଆଜି ପାପ୍ କିନାନ୍ । 14 ଜିସୁଦି ମାଣାନ୍ ଆଦେସ୍ ପୟ୍ଜି ସତ୍ତାନ୍ ଇଜିନା, ଆମା କାଦି ତାଗ୍ଇକା ସିଲେ । ମାତର୍ ଜଦି ଏନ୍ ଆମା କାଦି ତାଗ୍ଇକା ଇଜି ବିସ୍ବାସ୍ କିନାନ୍, ୱାନି ଉଣ୍ତିଙ୍ଗ୍ ଆକା ତାଗ୍ଇକା ଆନାତ୍ ।