3 ଗଡ଼ାଦିଙ୍ଗ୍ ତିର୍ କିନି ଉଣ୍ତିଙ୍ଗ୍ ମାଡ୍ ତାନି ୱେୟୁଦୁ ନାସୁ ତର୍ନିକା ମାରି ମା ବଦାଦାନ୍ ତାନିଙ୍ଗ୍ ବୁଲାକିଦେଙ୍ଗ୍ ଆଟ୍ନିକା । 4 ଉନ୍ଡ୍ରି ପେରି ଜାହାଜ୍ ବିସୟ୍ତାନ୍ ସିନ୍ତା କିଦୁ । ଜାଜ୍ ସାଲାକିନିକାନ୍ ନାଣ୍ତ୍ ଗାଲି କିଜିମାରିଙ୍ଗ୍ବା, ପୁରା ଇସ୍ରି ମଙ୍ଗ ସାହାଜ୍ୟଦାନ୍ ତାନିଙ୍ଗ୍ ଡାଟ୍ କିଜି ବଦାଦାନ୍ ସାଲାକିଜି ଅନାନ୍ । 5 ଆୟାୱାଜା ୱେତଲ୍ ଉନ୍ଡ୍ରି ଇସ୍ରିକା ଆତିଙ୍ଗ୍ବା ପେରି ପେରି ମାଟେଙ୍ଗ୍ ଇନ୍ଞ୍ଜି ଗର୍ବ କିଦେଙ୍ଗ୍ ଆଟ୍ନାତ୍ । ଅଡ଼୍ବିଜ ସୁଡ଼ୁଦୁ, ଏଣ୍ତେସ୍ ସିସୁଡ଼ିବୁ ଇସ୍ରିକା ଆତିଙ୍ଗ୍ବା ଏସ ପେରି ବନ୍ତିଙ୍ଗ୍ ସିସୁ କାସିସ୍ କିନାତ୍ ।
6 ୱେତଲ୍ ବା ସିସୁ ୱାଜା; ଇୟା ଦୁନିଆଦୁ ନାଣ୍ତ ତାଗ୍ଇ ବିସୟ୍ତୁ ପୁରାବର୍ତି; ମାରି ଆକା ମା ମେନ୍ଦଲ୍ ଲଇ ମାନିଙ୍ଗ୍ ତାଗ୍ଇ ମାଟେଙ୍ଗ୍ ୱେର୍ସି ମା ୱିଜୁ ମେନ୍ଦଲ୍ତିଙ୍ଗ୍ ମାଇସ୍ କିନାତ୍ । ୱେତଲ୍ତି ନରକ୍ସିସୁଦୁ ମା ୱିଜୁଦିନ୍ତି ଜିବନ୍ ୱେପିସ୍ କିନାତ୍ ।