1 ମି ବିତ୍ରେତାଂ ଇନେର୍ତି ବିନ୍ ଲଗାଂ ବିରୁଦ୍ତ କାତା ମାଚିସ୍ ହେୱାନ୍ କି ବିଚାର୍ କାଜିଂ ପୁଇପୁୟା ସାଦୁର୍ ଲାଗାଂ ହାଲ୍ୱାଦାଂ ଅଦାର୍ମିର୍ ଲାଗାଂ ହାନି କାଜିଂ ସାସ୍ କିନାନ୍ ? 2 କି ସାଦୁର୍ ଜେ ଜଗତ୍ନି ବିଚାର୍ଣ୍ଣା କିତାର୍, ଇ କାତା କି ଏପେଙ୍ଗ୍ ପୁନୁଦେର୍ ? ଆରେ ଜଦି ପୁର୍ତି ମି ପୁଇପୁୟା ହୁଦାଂ ବିଚାର୍ଣ୍ଣା ଆନାତ୍, ୱାଟିଙ୍ଗ୍ ଏପେଙ୍ଗ୍ କି ଅଲପ୍ ଅଲପ୍ ବିସ୍ରେ ବିଚାର୍ଣ୍ଣା କିଦେଙ୍ଗ୍ ଆଡୁଦେର୍ ? 3 ଆସେଙ୍ଗ୍ ଜେ ଦୁତ୍ର୍ତି ବିଚାର୍ କିନାକା, ଇଦାଂ କି ଏପେଙ୍ଗ୍ ପୁନୁଦେର୍ ? 4 ୱାଟିଙ୍ଗ୍ ସଁସାର୍ ଜିବୁନ୍ କାତା କି ଇନାକା ? ଲାଗିଂ, ଜଦି ବିଚାର୍ କାଜିଂ ମିଦାଙ୍ଗ୍ ସଁସାର୍ ଜିବୁନ୍ ବିସ୍ରେ ଇମ୍ଣି ବିସ୍ରେ ମାଚିସ୍, ୱାଟିଙ୍ଗ୍ ମଣ୍ଡ୍ଲିତ ଇମ୍ଣାକାର୍ ବୁଜାଆଉର୍, ହେୱାରିଂ ବିଚାର୍ଣ୍ଣା କିଦେଙ୍ଗ୍ ବାଚି କିୟାଟ୍ ? 5 ଆନ୍ ମିଙ୍ଗ୍ ଲାଜ୍ ହିଦ୍ନି କାଜିଂ ଇଦାଂ ଇଞ୍ଜ୍ନାଙ୍ଗା । ଟଣ୍ଡାର୍ ଟଣ୍ଡାର୍ ବିତ୍ରେ ଗଣ୍ଡ୍ଗଲ୍ କିଦେଙ୍ଗ୍ ଆଡ୍ନାଦେର୍, ଏପେଙ୍ଗ୍ ଇନାକା ରୱାନ୍ ଇଞ୍ଜି ଗିଆନି ଲଗୁ ହାତ୍ପା ବିତ୍ରେ ବିଚାର୍ କିନାକାନ୍ ହିଲୁନ୍ ?
Publicidade
1 Coríntios 6
କ୍ରିସ୍ଟିୟାନ୍ ଟଣ୍ଡାର୍ ବିରୁଦ୍ତ ଗଣ୍ଡ୍ଗଲ୍