ମାପ୍ରୁତି ୱାନାକା
13 ଏ ଟଣ୍ଡାର୍, ଆରି ତଣ୍ଦେକ୍ ବାର୍ସି ହିଲ୍ୱି ବିନ୍ ୱିଜ଼ାକାର୍ ଲାକେ ଏପେଙ୍ଗ୍ ଇନେସ୍ ଦୁକ୍ ଆମାଟ୍, ଇଦାଂ କାଜିଂ ହାତି ଲଗାର୍ତି ବିସ୍ରେ ଏପେଙ୍ଗ୍ ଜେ ପୁନ୍ୱାଦାଂ ମାନାଦେର୍, ଇଦାଂ ମା ଇଚା ଆକାୟ୍ । 14 ଇନାକିଦେଂକି ଜଦି ଆସେଙ୍ଗ୍ ପାର୍ତି କିନାସ୍ ଜେ, ଜିସୁ ହାଜ଼ି ଆରେ ରଗ ନିଙ୍ଗ୍ତାନ୍ନା, ୱାଟିଙ୍ଗ୍ ଇସ୍ୱର୍ ଜେ ଜିସୁତି କ୍ରିସ୍ଟ ତାକେ ପାର୍ତି କିଜ଼ି ମାଚି ମାନାୟ୍ ହାତାକାର୍ ମାନାୟାରିଂ ହେ ଲାକେ ତା ଲାହାଙ୍ଗ୍ ତାନାନ୍, ଇଦାଂ ପା ପାର୍ତି କିନି ଲଡ଼ା ।