ମେଣ୍ଡାହିମ୍ଣା ଆରି ତା ପାଚେ ହାନି ମାନାୟାର୍
1 ୧୪:୧ ହତ୍ତି ୭:୩. ତାପାଚେ ଆନେଙ୍ଗ୍ ହୁଡ଼୍ତାଂ; ଆରେ ହୁଡ଼ାଟ୍, ସିୟନ୍ ମାଡ଼ି ଜପି ନିଲ୍ତାର୍ନା । ତା ଲାହାଂ ଏକ୍ ଲକ୍ୟ ଚାଲିସ୍ ଚାର୍ ହାଜାର୍ ଜାଣ୍ ମାନାୟାର୍ ମାଚାର୍ । ୧୪୪,୦୦୦ ହେୱାର୍ ନିଦାଣ୍ତ ମେଣ୍ଡାହିମ୍ଣା ଆରି ଆବାତି ତର୍ ଲେକା ଆଜ଼ି ମାଚାତ୍ । 2 ତା ପାଚେ ଆନ୍ ୱେଚାଙ୍ଗ୍, ଏଜ଼ୁଙ୍ଗ୍ ଚାଲାନାକା ଡିଡ଼୍ନି ଲାକେ ଆରି ସାର୍ଗେତାଂ ର କାଟ୍ ୱେଚାଙ୍ଗ୍ । ଇମ୍ଣି କାଟ୍ ଆନେଙ୍ଗ୍ ୱେଚାଙ୍ଗ୍; ହେଦାଂ ଗମଣ୍ ଡ଼ହ୍ନାକାରିଂ ଗମଣ୍ନି ସବଦ୍ ଲାକେ ୱେନ୍ୟାଜ଼ି ମାଚାତ୍ । 3 ହେ ଲାକେ ଚୁରାଲିସି ହାଜାର୍ ୧୪୪,୦୦୦ ସାର୍ଗେ ଗାଦି, ଚାରିଗଟା ପାରାଣିଙ୍ଗ୍ ଆରି ମଣ୍ଡ୍ଲିନି ବୁଡ଼ାଲୁର୍ ନେତାର୍ ମୁମ୍ଦ ର ପୁନି କେର୍କଣ୍ କେର୍ଜି ମାଚାର୍ । ଆରେ ପୁର୍ତିତାଂ କଡ଼ିୟା ଆତାକାର୍ ହେୱାରିଂ ପିସ୍ତି ବିନ୍ ଲଗୁ ଇନେର୍ କେର୍କଣ୍ କେର୍ଦେଂ ଆଡ୍ୱାଦାଂ ମାଚାର୍ । ସବୁ ନାର୍ ଜାତି ବିତ୍ରେତାଂ କେବଲ୍ ହେୱାର୍ ମୁକ୍ଡ଼ାଜ଼ି ମାଚାର୍ । 4 ହେୱାର୍ କଗ୍ଲେହିମ୍ଣା ଲାହାଙ୍ଗ୍ ଜାର୍ତିଂ ଇନାୱାଡ଼ାଙ୍ଗ୍ ଦସି କିୱାଦାଂ ମାଚାର୍, ହେୱାର୍ ମାଚାର୍ ପୁଇପୁୟା । ହେୱାର୍ ନିତ୍ରେ ମେଣ୍ଡାହିମ୍ଣା ପାଚେ ହାଲ୍ଜି ମାଚାର୍ । ହେୱାର୍ ମାନାୟାର୍ର୍ତି ବିତ୍ରେତାଂ ପର୍ତୁମ୍ ମୁକ୍ଡ଼ାଜ଼ି ଇସ୍ୱର୍ ଆରି ମେଣ୍ଡାହିମ୍ଣା ଲାଗାଂ ଆକାତ୍ ହିତାର୍ନା । 5 ହେୱାର୍ ୱାଇଦ ଇମ୍ଣାକା ପା ମିଚ୍ କାତା ହିଲୁତ୍, ହେୱାର୍ ଦସି ଆକାୟ୍ ।