1 ପାଚେ ହେୱାନ୍ ନାଙ୍ଗେଙ୍ଗ୍ ଜିବୁନ୍ମାନି ଏଜ଼ୁଙ୍ଗ୍ନି ର ନାଗୁଡ଼୍ ଚଚ୍ଚାତାନ୍, ହେଦାଂ ବେସି ହାର୍ଦି ଅଜଡ଼୍ ଲାକେ, ଆରେ ଇସ୍ୱର୍ ଆରି ମେଣ୍ଡାହିମ୍ଣାତି ଗାଦିତାଂ ହସି ଗାଡ଼୍ନି ହାଜ଼ି ହିିଜ଼ି ହାନାତା । 2 ହେ ନାଗୁଡ଼୍ନି ରି ପାଡ଼୍କାତାଂ ବାର୍ ହଟ୍ ପାଡ଼୍ ଆହ୍ନି ଜିବୁନ୍ ମାର୍କୁ ମାନିକ୍, ହେବେ ସବୁମାସ୍ ପାଡ଼୍ ଆହ୍ନାତ୍, ଆରେ ହେ ମାର୍ନି ଆକିଂ ଜାତିରିଂ ଉଜ୍ କିନାକା । 3 ଇନାକାପା ସାଇପ୍ ବିସ୍ରେ ଆରେ ମାନ୍ଗୁତ୍ ।
ଇସ୍ୱର୍ ଆରି ମେଣ୍ଡାହିମ୍ଣାତି ଗାଦି ଗାଡ଼୍ ବିତ୍ରେ ମାନ୍ଗାନାତ୍, ଆରେ ତା ଆଡ଼ିୟାର୍ ହେୱାନ୍ତି ପାର୍ତାନା କିତାର୍ । 4 ହେୱାର୍ ତା ମୁମ୍ ହୁଡ଼୍ନାର୍ ଆରି ତା ତର୍ ହେୱାର୍ତି ନିଦାଣ୍ତ ଲେକା ମାନ୍ଗାନାତ୍ । 5 ନାଣା ଆରେ ଆଉତ୍, ହେୱାର୍ତି ବୈଟା କି ୱେଡ଼ା ଅଜଡ଼୍ନି ଲଡ଼ା ଆଉତ୍, ଇନେକିଦେଂକି ମାପ୍ରୁ ଇସ୍ୱର୍ ହେୱାର୍ ଜପି ଅଜଡ଼୍ ଲାକେ ଆନାନ୍, ଆରେ ହେୱାର୍ ଜୁଗ୍ ଜୁଗ୍ ରାଜ୍ କିତାର୍ ।