ପିଲିପ୍ପିନି ଜଇଲ୍ତ ପାଉଲ୍ ଆରି ସିଲା
16 ଦିନେକ୍ ଆପେଂ ପାର୍ତାନା ବାହାତ ହାଲ୍ଜି ମାନି ୱାଡ଼ାଙ୍ଗ୍ ର ବାନ୍ୟା ଜିବୁନ୍ କଡ଼୍ତି ଆଡ଼ିଏଣି ଗାଡ଼୍ଚେଂ ବେଟା ଆତାପ୍ । ତା ବିତ୍ରେ ମାନି ପୁଦାନି ସାକ୍ତି ହୁକେ ହେଦେଲ୍ ଆଗେନି କାତା ଇଞ୍ଜି ମାଚାତ୍ । ହେଦେଲ୍ ମାନାୟାର୍ତି କାରୁମ୍ ଗାଣାକିଜ଼ି, ହାଉକାରିଂ କାଜିଂ ବେସି ଟାକାଂ ଆଦାୟ୍ କିଜ଼ି ମାଚାତ୍ । 17 ହେଦେଲ୍ ପାଉଲ୍ ଆରି ମା ପାଚେ ପାଚେ ୱାଜ଼ି କିକିରାଡିଂ କିଜ଼ି ଇଞ୍ଜେଙ୍ଗ୍ ଲାଗାତାତ୍, "ଇ ମୁଣିକାର୍ ର ଇସ୍ୱର୍ତି ଆଡ଼ିୟାର୍, ହେୱାର୍ ମିଙ୍ଗ୍ ମୁକ୍ତିନି ହାଜ଼ି ଜାଣାୟ୍କିଦ୍ନାରା ।" 18 ହେଦେଲ୍ ବେସି ଦିନ୍ ପାତେକ୍ ଇଦାଂ କିତାତ୍ । ମତର୍ ପାଉଲ୍ ରିସା ଆଜ଼ି ମାସ୍ଦି ହେ ଜିବୁନ୍ତିଙ୍ଗ୍ ଇଚାନ୍, ତା ତାଙ୍ଗ୍ ହସି ହାଞ୍ଜେଙ୍ଗ୍ ଆନ୍ ନିଂ "ଜିସୁ କ୍ରିସ୍ଟତି ତର୍ଦ ବଲ୍ ହିଦ୍ନାଙ୍ଗା ।" ଇବେଣ୍ଡାଂ ହେଦେଲ୍ ହେ ଦାପ୍ରେ ହସି ହାଚାତ୍ ।