6 ମାତର୍ ନଙ୍ଗ୍ ଇମ୍ଣି ଇସାପ୍ରେ କ୍ରିସ୍ଟ ହାର୍ଦାକା ପାର୍ମାଣ୍ଣିଂ ଜପି ରଚ୍ଚି ଗାଜା ନିୟମ୍ନି ମାଦ୍ଣାକାନ୍ ଆତାର୍ଣ୍ଣା, ହେ ଇସାବ୍ରେ ପା ହାର୍ ହେବା କିନାକାନ୍ ପାଦ୍ ପାୟା ତାଦେର୍ଣ୍ଣା ।
7 ଇନାକିଦେଂକି ପର୍ତୁମ୍ ନିୟମ୍ ଜଦି ଦସି ଆଜ଼ି ମାଚାତ୍ଚି, ୱାଟିଂ ଜେତି ନିୟମ୍ କାତା ଲଡ଼ା ଆଦ୍ୱାତାତ୍ମା । 8 ମାତର୍ ଇସ୍ୱର୍ ତା ମାନାୟାର୍ ଦସ୍ ହପ୍ଚି ହେୱାରିଂ ଇନାନ୍,
"ମାପ୍ରୁ ଇନାନ୍, ହୁଡ଼ାଟ୍, ସମୁ ୱାନାତା,
ଏଚେକାଡ଼୍ଦ ଆନ୍ ଇସ୍ରାଏଲ୍ ଇଚିସ୍ ଜିହୁଦାନି ମାନାୟାର୍ ଲାହାଂ
ର ପୁନି ନିୟମ୍ ରଚ୍ନାପ୍;
9 ଇମ୍ଣି କାଡ଼୍ଦ ଆପ୍ ହେୱାର୍ତି ଆବାଲାତ୍ରାରିଂ କେଇ ଆସ୍ତି
ମିସର୍ ଦେସ୍ତାଂ ହପ୍ଚି ତାହିୱାଜ଼ିମାଚାପ୍, ହେ ୱେଡ଼ାଲିଂ ହେୱାର୍ତି ଲାହାଂ ଆପ୍ ଇମ୍ଣି
ପୁନି ନିୟମ୍ କିଜ଼ି ମାଚାପ୍,
ଇ ନିୟମ୍ ଇସାପ୍ରେ ଆକାୟ୍,
ଲାଗିଂ ହେୱାର୍ ମା ମେରାତ ତିର୍ ଆଜ଼ି ମାଞ୍ଜେଙ୍ଗ୍ ଆଡ୍ୱାତାର୍,
ଆରେ ଆପ୍ ହେୱାର୍ତି କାଜିଂ ମାନ୍ଦିଆନ୍ କିୱାତାପ୍, ଇଦାଂ ମାପ୍ରୁ ଇନାନ୍ ।
10 ଇନାକିଦେଂକି ମାପ୍ରୁତି କାତା ଇଦାଂ,
ହେ ସମୁ ପାଚେ ଆପ୍ ଇସ୍ରାଏଲ୍ ବଁସ୍ ଲାହାଂ ଇମ୍ଣି ନିୟମ୍ ରଚ୍ନାସ୍, ହେଦାଂ ଇଦାଂ,
ଆପ୍ ହେୱାର୍ତି ମାନ୍ତ ଜାର୍ ମସାତି ବିଦି ହିନାସ୍,
ହେୱାର୍ତି ମାନ୍ତ ହେ ସବୁ ଲେକିକିନାସ୍, ଆନ୍ ହେୱାର୍ତି ଇସ୍ୱର୍ ଆନାଙ୍ଗ୍, ହେୱାର୍ ନା ଲକୁ ଆନାର୍ ।
11 ଆପ୍ ହେୱାର୍ତି ଇସ୍ୱର୍ ଆନାସ୍, ହେୱାର୍ ମା ଲକୁ ଆନାର୍;
ଆରେ, ମାପ୍ରୁଙ୍ଗ୍ ପୁନାଟ୍ ଇଞ୍ଜି ଇଞ୍ଜି ହେୱାର୍ ଜାଣ୍କେ ଜାର୍ ଜାର୍ ରଚେ ମାନି ଗାଡ଼୍ଦାକାରିଂ,
ଆରେ ଜାଣ୍କେ ଜାର୍ ଜାର୍ ଟଣ୍ଡାରିଂ ହିକ୍ୟା ହିଉର୍,
ଲାଗିଂ ହାରୁତାଂ ଗାଜା ପାତେକ୍
ହେୱାର୍ ୱିଜ଼ାକାର୍ ମାଂ ପୁଞ୍ଜ୍ନାର୍ ।
12 ଇନାକିଦେଂକି ଆପ୍ ହେୱାର୍ତି ଅଦାର୍ମି କାଜିଂ କାର୍ମା ଆନାସ୍,
ଆରେ, ହେୱାର୍ତି ପାପ୍ ସବୁ ଆରେ ଏତ୍ତ ତାଉସ୍ ।
13 ହେୱାନ୍ ପୁନି ନିୟମ୍ ଇଞ୍ଜି ଇଞ୍ଜ୍ନାକା ହୁଦାଂ ପର୍ତୁମ୍ତିଂ ପ୍ଡାନାକା କିତାନ୍ନ୍ନା, ଆରେ ଇନାକା ପ୍ଡାନାକା ଆରି ବୁଡା ଆଜ଼ି ହାନାତା, ହେୱାନ୍ତି ୱାସ୍କିତାଂ ଡ଼ୁଗ୍ଜି ଆନାକା ସମୁ ଲାଗେ ।"