ଲାଜାର୍ତି ହାକି
1 ୧୧:୧ ଲୁକ ୧୦:୩୮,୩୯. ବେତ୍ନିୟା ନିକାନ୍ ଲାଜାର୍ ତର୍ଦାକାନ୍ ରୱାନ୍ ମାନାୟ୍ ବେମାର୍ ମାଚାନ୍; ମରିୟମ୍ ଆରି ତା ତଣ୍ଦେହି ମାର୍ତା ହେ ନାସ୍ତ ମାଚିକ୍ । 2 ୧୧:୨ ଜହନ୍ ୧୨:୩.ଇ ମରିୟମ୍ ମାପ୍ରୁଙ୍ଗ୍ କାଲ୍ ଜପି ବାସ୍ନା ଚିକାଣ୍ତାଂ ନେନ୍ଦି ତା ତେମୁଲ୍ତାଂ ତା ପାନା ନୁଜ଼୍ଜି ମାଚାତ୍ ତା ଟଣ୍ଡାହି ଲାଜାର୍ ବେମାର୍ ମାଚାନ୍, 3 ଲାଗିଂ ହେ ତଣ୍ଦେକ୍ ତା ତାକେ କାବୁର୍ ପକ୍ତିକ୍, "ମାପ୍ରୁ, ହୁଡ଼ା, ଇନେରିଂ ଏନ୍ ୱାରି କିନାୟା, ହେୱାନ୍ ବେମାର୍ତ ମାନାନ୍ ।"
4 ଇ କାବୁର୍ ଜିସୁ ୱେନ୍ଞ୍ଜି ଇଚାନ୍, "ଇ ରଗ୍ତ ଲାଜାର୍ ହାଉନ୍, ମାତର୍ ମାପ୍ରୁତି ଜାଜ୍ମାଲ୍ କାଜିଂ, ଇନେସ୍କି ଇ ଲାକେ ଇସ୍ୱର୍ତି ମାଜ଼ି ଜାଜ୍ମାଲ୍ ପାୟା ଆନାର୍ ।"
5 ଜିସୁ ମାର୍ତା, ମରିୟମ୍ ତା ତଣ୍ଦେହି ଆରେ ଲାଜାର୍ତିଂ ଜିଉ ନଜ଼ି ମାଚାନ୍ । 6 ଆତିସ୍ପା, ଲାଜାର୍ ବେମାର୍ତ ମାନାନ୍ ଇଞ୍ଜି ଏଚେକାଡ଼୍ଦ ହେୱାନ୍ ୱେଚାନ୍, ହେ ପାଦ୍ନା ହେୱାନ୍ ଇମ୍ଣି ବାହାତ ମାଚାନ୍, ହେ ବାହାତ ଆରେ ରି ଦିନ୍ ମାଚାନ୍ । 7 ତା ପାଚେ ଜିସୁ ଚେଲାରିଂ ଇଚାନ୍, "ଜାଡ ଆସେଙ୍ଗ୍ ଆରେ ରଗ ଜିହୁଦା ଦେସ୍ତ ମାସ୍ଦି ହାନାସ୍ ।"
8 ଚେଲାର୍ ଜିସୁଙ୍ଗ୍ ଇଚାର୍, "ଏ ଗୁରୁ," ଜିହୁଦିର୍ ନିଙ୍ଗେଙ୍ଗ୍ କେତ୍ଦିନ୍ ଆଗେ ଇଡ଼୍କାଦେଂ ସେସ୍ଟା କିଜ଼ି ମାନ୍ଚାର୍, "ଆରେ ଏନ୍ ଆରି ରଗ ହେବେ ହାନାୟା ?"
9 ଜିସୁ ଉତର୍ ହିତାନ୍, "ୱେଡ଼ାଲିଂ ଇନାକା ବାର ଗଣ୍ଟା ଆକାୟ୍ ? ଇନେର୍ ୱେଡ଼ାଲିଂ ତାଙ୍ଗ୍ତିସ୍ ଉଜ଼୍ର୍, ଇନାକିଦେଂକି ହେୱାନ୍ ଇ ପୁର୍ତିନି ଅଜଡ଼୍ ହୁଡ଼୍ନାନ୍; 10 ମାତର୍ ନାଣା ତାଙ୍ଗ୍ତିସ୍ ହେୱାନ୍ ଉଜ଼୍ନାନ୍, ଇନାକିଦେଂକି ୱାସ୍କିତ ଅଜଡ଼୍ ହିଲୁତ୍ ।" 11 ଜିସୁ ଇ ୱିଜ଼ୁ କାତା ଇଚି ପାଚେ ହେୱାରିଂ ଆରେ ଇଚାନ୍, "ମା ବନ୍ଦୁ ଲାଜାର୍ ହୁଞ୍ଜ୍ନାନା, ମାତର୍ ତାଙ୍ଗ୍ ହୁନ୍ଚାକାନିଂ ନିକ୍ନି କାଜିଂ ଆନ୍ ହାନାଙ୍ଗା ।"
12 ହେବେତାଂ ଚେଲାହିର୍ ତାଙ୍ଗ୍ ଇଞ୍ଜି ମାଚାର୍, ମାପ୍ରୁ, "ଜଦି ହେୱାନ୍ ହୁନ୍ଚାନ୍ନା ତା ଆତିସ୍ ହେୱାନ୍ ଉଜ୍ ଆନାନ୍ ।"
13 ଜିସୁ ଲାଜାର୍ ହାତି ବିସ୍ରେ ଇଚାନ୍, ମାତର୍ ହେୱାନ୍ ହୁନ୍ଞ୍ଜ୍ନି ବିସ୍ରେ ଇଚାନ୍ ଇଞ୍ଜି ହେୱାର୍ ବାବିକିତାର୍ । 14 ହେଦାଂ କାଜିଂ ଜିସୁ ହେ ପାଦ୍ନା ହେୱାରିଂ ହାର୍ଦାଂ ଇଚାନ୍, "ଲାଜାର୍ ହାତାନ୍ନା;