ଜିସୁ ହେ ଚେଲାରିଂ ଚଞ୍ଜିୟାଆତାନ୍
19 ହେ ନାଜିଂ, ଇଚିସ୍ ସାତ୍ ଦିନ୍ନି ପର୍ତୁମ୍ ରଇବାର୍ ନାଜିଂ ମ୍ଡିକା ସମୁତ ଏଚେକାଡ଼୍ଦ ଚେଲାର୍ ଇମ୍ଣି ଇଞ୍ଜ ମାଚାର୍, ହେବେ ଦୁୱେର୍ଙ୍ଗ୍ ଜିହୁଦିର୍ ପାଣ୍ଡ୍ରୁତିଂ ବନ୍ଦ୍ ମାଚାତ୍, ହେ ପାଦ୍ନା ଜିସୁ ୱାଜ଼ି ମାଦି ନିଲ୍ଚି ହେୱେରିଂ ଇଚାର୍, "ମିଦାଙ୍ଗ୍ ସୁସ୍ତା ଆଏତ୍ ।" 20 ଆରେ, ଇଦାଂ ଇଞ୍ଜି ହେୱାନ୍ ହେୱେରିଂ ଜାର୍ କଚଣ୍ ଆରି ପାନା ଚଚ୍ଚାନ୍ । ହେବେତାଂ ଚେଲାର୍ ମାପ୍ରୁଙ୍ଗ୍ ହୁଡ଼୍ଜି ୱାର୍ୟା ଆତାର୍ । 21 ଜିସୁ ହେୱେରିଂ ଆରେ ରଗ ଇଚାନ୍, "ମିଦାଙ୍ଗ୍ ସୁସ୍ତା ଆଏତ୍; ଆବା ଇନେସ୍କି ନାଙ୍ଗେଙ୍ଗ୍ ପକ୍ତାତାନ୍ନା, ଆନ୍ ପା ହେ ଲାକେ ମିଙ୍ଗେଙ୍ଗ୍ ପକ୍ତାନାଙ୍ଗା ।" 22 ହେୱାନ୍ ଇଦାଂ ଇଞ୍ଜି ହେୱାର୍ ଜପି ନେନ୍ଜି ହେୱେରିଂ ଇଚାନ୍, "ପୁଇପୁୟା ଜିବୁନ୍ତିଂ ଇଟ୍ୟା ।" 23 ୨୦:୨୩ ମାତିଉ ୧୬:୧୯; ୧୮:୧୮.ଏପେଙ୍ଗ୍ ଜଦି ଇନେରିଂ ପାପ୍ କେମା କିନାଦେର୍, "ତାଦାଂ ପାପ୍ କେମା ଆନାତ୍; ଆରି, ଜଦି ଇନେର୍ତି ପାପ୍ କେମା କିଉଦେର୍, ତାଦାଂ ପାପ୍ କେମା ଆଉତ୍ ।"