ସାତ୍ ଜାଣ୍ ଚେଲାରିଂ ଜିସୁ ଚଞ୍ଜ୍ୟା ଆତାନ୍
1 ଇଦାଂ ପାଚେ ଜିସୁ ତିବିରିୟା ହାମ୍ଦୁର୍ ଗୁଟିତ ବାରଜାଣ୍ ଚେଲାରିଂ ଆରେ ରଗ ଚଞ୍ଜିୟାଆତାନ୍ । ହେୱାନ୍ ଇ ଲାକେ ଚଞ୍ଜିୟାଆତାନ୍; 2 ସିମନ୍ ପିତର୍, ତମା, ଇମ୍ଣାକାନିଂ ଦିଦୁମ୍ ଇନାର୍, ଗାଲିଲିନି କାନାନିକାନ୍ ନିତନିୟେଲ୍, ଜେବ୍ଦି ମାଜ଼ିର୍ ଆରି ତା ଚେଲାର୍ ବିତ୍ରେତାଂ ଆରେ ରିକାର୍ ରବେ ମାଚାର୍ । 3 ସିମନ୍ ପିତର୍ ହେୱାରିଂ ଇଚାର୍, "ଆନ୍ ମିନ୍କୁ ଆସ୍ତେଙ୍ଗ୍ ହାନାଙ୍ଗା ।"
ହେୱାର୍ ତାଙ୍ଗେଙ୍ଗ୍ ଇଚାର୍, "ଆପେଂ ପା ମି ଲାହାଙ୍ଗ୍ ହାନାପ୍ ।" ହେୱାର୍ ହସି ହାଲ୍ଜି ଡଙ୍ଗାତ କୁଚ୍ଚାର୍, ଆରେ ହେ ମ୍ଡିକା ବିର୍କୁଲ୍ ଆସ୍ତେଙ୍ଗ୍ ଆଡ୍ୱାତାର୍ । 4 ମାତର୍ ଅଜଡ଼୍ ଆତି ପାଚେ ଜିସୁ ଗୁଟିତ ନିଲ୍ତାନ୍; ଆତିସ୍ପା ହେୱାନ୍ ଜିସୁ ଇଞ୍ଜି ଚେଲାର୍ ପୁନ୍ୱାତାର୍ । 5 ଜିସୁ ହେୱେରିଂ ଇଚାନ୍, "ହିମ୍ଣାଂ, ମି ତାକେ ଇନାକା ଇଚୁକ୍ ତିନାକା ମାନାତ୍ ?"
ହେୱାର୍ ତାଙ୍ଗେଙ୍ଗ୍ ଉତର୍ ହିତାର୍, "ହିଲୁତ୍ ।"
6 ଜିସୁ ହେୱେରିଂ ଇଚାନ୍, "ଡଙ୍ଗାନି ତିନିପାଡ଼୍କା ଲାଗାୟ୍ ଜାଲ୍ ଇଡ଼ାଟ୍, ଆରେ ଏପେଙ୍ଗ୍ ପାୟା ଆନାଦେର୍ ।" ହେବେଣ୍ଡାଂ ହେୱାର୍ ଜାଲ୍ ଇଡ଼ିତାର୍, ଆରେ ଏଚେକ୍ ମିନ୍କୁ ହେସ୍ତିକ୍ ଜେ, ହେୱାର୍ ହେଦାଂ ଜେଲ୍ଦେଂ ସାକ୍ତି ହିଲାତାତ୍ ।
7 ହେବେତାଂ ଜିସୁ ଇମ୍ଣି ଚେଲାହିଂ ଜିଉନଜ଼ି ମାଚାନ୍, ହେୱାନ୍ ପିତର୍ତିଂ ଇଚାନ୍, "ଇୱାନ୍ତ ମାପ୍ରୁ ।" ସିମନ୍ ପିତର୍ ଇୱାନ୍ତ ମାପ୍ରୁ ଇଞ୍ଜି ୱେନ୍ଞ୍ଜି ଡୁମ୍ଣ୍ଡା ଗାଗାଡ଼୍ ଆଜ଼ି ମାଚିଲେ ଜାର୍ ହେନ୍ଦ୍ରା ପର୍ଚି ହାମ୍ଦୁର୍ତ ଗୁମ୍ତାନ୍; 8 ମାତର୍ ବିନ୍ ଚେଲାର୍ ମିନ୍କୁ ବାର୍ତି ଆଜ଼ି ମାଚି ଜାଲ୍ ଜେଲ୍ଜି ଜେଲ୍ଜି ହାରୁ ଡଙ୍ଗାତ ୱାତାର୍, ଇନାକିଦେଂକି ହେୱାର୍ ଗୁଟିତାଂ ଆଦିକ୍ ଦେହା ହିଲ୍ୱାତାର୍, କେବଲ୍ ଆଦେକ୍ ଦୁଇସ ଆତ୍ ଦେହା ମାଚାର୍ । 9 ହେୱାର୍ ଗୁଟିତ ଜୁଜ଼ି ହେବେ ରିକାଙ୍ଗ୍ ନାଣି, ଆରେ ହେ ଜପି ୱାସ୍ତି ମିନ୍ ଆରି ରୁଟି ଇଡ଼୍ଜି ମାଚାକା ହୁଡ଼୍ତାର୍ ।
10 ଜିସୁ ହେୱେରିଂ ଇଚାନ୍, "ଏପେଙ୍ଗ୍ ନଙ୍ଗୟ୍ ଇମ୍ଣି ମିନ୍ ଆସ୍ତାଦେର୍ଣ୍ଣା, ହେବେଣ୍ଡାଂ ଉଚୁଙ୍ଗ୍ ତାଡୁ ।"
11 ସିମନ୍ ପିତର୍ ହାଲ୍ଜି ସହେ ପଚାସ୍ତିନ୍ ଗାଜା ଗାଜା ମିନ୍କୁତ ବାର୍ତି ଆଜ଼ି ମାଚି ଜାଲ୍ ଗୁଟିତ ଜେଲ୍ଜି ତାତାର୍; ଆରେ ଏଚେକ୍ ମିନ୍କୁକାଂ ପା ଜାଲ୍ ନାଡ୍ୱାତାତ୍ ।