ଜିସୁ କ୍ରିସ୍ଟତି ଜଲମ୍ ବିସ୍ରେ ସୁଣାୟ୍କିନାକା
26 ଚଅ ମାସ୍ ପାଚେ ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ମାପ୍ରୁ ଲାଗାଂ ଗାଲିଲିନି ନାଜରିତିୟ ତର୍ଦି ଗାଡ଼୍ଦ ର ଗାଡ଼୍ଚେ ତାକେ ପକ୍ୟା ଆତାନ୍; 27 ଦାଉଦ୍ ଲାତ୍ରାନି ଜସେପ୍ ତର୍ଦାକାନ୍ ରୱାନ୍ ଆଣ୍ଡ୍ରେନ୍ ଲାହାଙ୍ଗ୍ ହେଦେଲ୍ ମାଲାକିୟା ଆଜ଼ି ମାଚାତ୍; ହେ ଜିପଲି ତର୍ ମରିୟମ୍; 28 ହେୱାନ୍ ଇଞ୍ଜ ହଣ୍ଜି ହେ ଲାଗେ ୱାଜ଼ି ଇଚାନ୍, "ଆଗ ଦୟା ପାୟାଆତାକାୟ୍, ନିନ୍ଦାଂ ହାର୍ ଆଏତ୍, ମାପ୍ରୁ ନି ହୁଦାଂ ମାନାନ୍ ।"
29 ମାତର୍ ହେଦେଲ୍ ଇ ବଚନ୍ତ କାବା ଆଜ଼ି ଇଦାଂ ଇନେସ୍ ବେରଣ୍ ଇଞ୍ଜି ମାନ୍ତ ବାବିକିଦେଂ ଲାଗାତାତ୍ । 30 ହେବେଣ୍ଡାଂ ଦୁତ୍ ହେଦେଲିଂ ଇଚାତ୍, "ଏ ମରିୟମ୍, ପାଣ୍ଡ୍ରା ଆମା, ଇନାକିଦେଂକି ଏନ୍ ଇସ୍ୱର୍ ଲାଗେ ଦୟା ପାୟା ଆତାୟ୍ନା । 31 ୧:୩୧ ମାତିଉ ୧:୨୧.ଆରି ହୁଡ଼ାଟ୍ ଏନ୍ ଏସ୍ ପିସ୍ତିପା ର କାଡ଼୍ଦେଂ ଗାଟାଆନାତ୍ ଆରି ହେୱାନ୍ ତର୍ ଜିସୁ ତର୍ ହିନାଦେର୍ । 32 ହେୱାନ୍ ସିଗ୍ଦାକାନ୍ ଆନାନ୍ ଆରି ଇସ୍ୱର୍ ମାଜ଼ି ଇଞ୍ଜି ଡାକ୍ପୁଟା ଆନାନ୍; ମାପ୍ରୁ ଇସ୍ୱର୍ ହେୱାନିଂ ତାଞ୍ଜି ଆବା ଦାଉଦ୍ତି ଗାଦି ଦାନ୍ କିତାର୍, 33 ହେୱାନ୍ ଜାକୁବ୍ ଲାତ୍ରା ଜପି ଜୁଗ୍ ଜୁଗ୍ ରାଜି କିନାନ୍ ଆରି ହେୱାନ୍ ରାଜିତ ୱିଜ଼ୁତ୍ ।"
34 ମାତର୍ ମରିୟମ୍ ଦୁତ୍ଙ୍ଗ୍ ଇଚାତ୍, "ଇଦାଂ ଇନେସ୍ ଆନାତ୍ ? ଆନ୍ତ ଆଣ୍ଡ୍ରେନ୍ତିଂ ପୁନୁଙ୍ଗ୍ ।"
35 ଦୁତ୍ ତାଙ୍ଗେଙ୍ଗ୍ ଉତର୍ ହିତାତ୍, "ନେକ୍ରି ଜିବୁନ୍ ନି ଜପି ଜୁଦ୍ନାତ୍ ଆରି ସିଗ୍ଦାକାନ୍ ଇସ୍ୱର୍ତି ସାକ୍ତି ନିଙ୍ଗେଙ୍ଗ୍ ଆସ୍ତାନାତ୍, ଲାଗିଂ ଇନେର୍ ଜଲମ୍ ଆନାନ୍, ହେୱାନ୍ ପୁଇପୁୟା ଜିବୁନ୍ ଆରି ଇସ୍ୱର୍ ମେହି ଇଞ୍ଜି ଡାକ୍ପୁଟାଆନାନ୍ । 36 ଆରେ ହୁଡ଼ାଟ୍, ମି ଇଞ୍ଜି ଏଲିସାବେତ୍ ପା ବୁଡ଼ା ୱେଡ଼ାଲିଂ ର ମାଜ଼ିଂ ଗରବ୍ତ ଆସ୍ତାନ୍ନା । ଇନେର୍ ବାଞ୍ଜ୍ଣି ଇଞ୍ଜି ଡାକ୍ପୁଟା, ନଙ୍ଗ୍ ତାଙ୍ଗେଙ୍ଗ୍ ଚଅ ମାସ୍ ଆତାତ୍ନ୍ନା; 37 ଇନାକିଦେଂକି ଇସ୍ୱର୍ ମାପ୍ରୁ ବଚନ୍ ତାକେ ସବୁ ବିସ୍ରେ ଆୱାକା ଆନାତ୍ ।"
38 "ଇବେଣ୍ଡାଂ ମରିୟମ୍ ଇଚାତ୍," ହୁଡ଼ାଟ୍, "ଆନ୍ ମାପ୍ରୁତି ଆଡ଼ିୟାଣି; ମି କାତାହୁକେ ନାଙ୍ଗେଙ୍ଗ୍ ଗିଟାଆଏତ୍ ।" ହେଦାଂ ପାଚେ ଦୁତ୍ତ ତା ତାକେଣ୍ଡାଂ ହାଚାତ୍ ।