18 ଆରେ ହୁଡ଼ାଟ୍, କେତେକ୍ ଲଗୁ ର ପାକା ୱାଚ୍ୟାତି ରଗି ମାନାୟ୍ତିଂ କାଟେଲ୍ତ ପିଣ୍ଡ୍ଜି ତାସି ବିତ୍ରେ ଅଦେଂ କାଜିଂ ଆରି ଜିସୁଙ୍ଗ୍ ମୁମ୍ଦ ଇଡ଼୍ଦେଂ କାଜିଂ ସେସ୍ଟା କିଜ଼ି ମାଚାର୍ । 19 ମାତର୍ ବିଡ଼୍ ଲାଗିଂ ତାଙ୍ଗେଙ୍ଗ୍ ବିତ୍ରେ ଅଦେଂ କାଜିଂ ହାଜ଼ି ଗାଟାୱାତିଲେ ହେୱାର୍ ଇଲ୍ ଚାଉଣି ହାଲ୍ଜି ଜେଗନ୍ ଜେସ୍ସି କାଟେଲ୍ ହୁକେ ତାଙ୍ଗ୍ ମାଦ୍ଣି ବାହାତ ଜିସୁ ମୁମ୍ଦ ଜୁତ୍ତାର୍ । 20 ହେୱାନ୍ ହେୱାର୍ ପାର୍ତି କିନାକା ହୁଡ଼୍ଜି ଇଚାନ୍, "ଏ ମାନାୟ୍, ନି ୱିଜ଼ୁ ପାପ୍ କେମା କିୟା ଆତାତ୍ନ୍ନା ।"
21 ହେବେ ସାସ୍ତିର୍ ଆରି ପାରୁସିର୍ ଜାର୍ ଜାର୍ ବିତ୍ରେ ଏଲେଙ୍ଗ୍ ଇଞ୍ଜେଙ୍ଗ୍ ଲାଗାତାର୍, ଇୱାନ୍ ଜେ ଇସ୍ୱର୍ ନିନ୍ଦା କିନାନା, "ଇୱାନ୍ ଇନାକାନ୍ ? କେବଲ୍ ଇସ୍ୱର୍ ପିସ୍ତି ଆରେ ଇନେର୍ ପାପ୍ କେମା କିଦେଙ୍ଗ୍ ଆଡ଼୍ଦାନାନ୍ ?"
22 ମାତର୍ ଜିସୁ ହେୱାର୍ତି କାତାବାର୍ତା ପୁଞ୍ଜି ହେୱାରିଂ ଉତର୍ ହିତାନ୍, "ଏପେଙ୍ଗ୍ ଜାର୍ ଜାର୍ ମାନ୍ତ ଇନାକା କାତାବାର୍ତା କିନାଦେରା ? 23 ଇନାକା ଆଡ଼୍ୱା ? ନି ୱିଜ଼ୁ ପାପ୍ ସବୁ କେମା କିୟା ଆତାତ୍ ଇଞ୍ଜି ଇନାକା, କି ନିଙ୍ଗା, ତାଙ୍ଗା ଇଞ୍ଜି ଇନାକା ?" 24 ମାତର୍ ପୁର୍ତିତ ପାପ୍ କେମା କିଦେଙ୍ଗ୍ ମାନାୟ୍ ମାଜ଼ିତି ଆଦିକାର୍ ମାନାତ୍, ଇଦାଂ ଇନେସ୍ ଏପେଙ୍ଗ୍ ପୁନାଦେର୍ ଇଦାଂ କାଜିଂ ହେୱାନ୍ ହିର୍କଲ୍ଇଡ଼୍ୟାତି ରଗିଂ ଇଚାନ୍, "ଆନ୍ ନିଙ୍ଗ୍ ଇଞ୍ଜ୍ନାଙ୍ଗା, ନିଙ୍ଗା, ନି କାଟେଲ୍ ଆସ୍ତି ଜାର୍ ଇଞ୍ଜ ହାଲା ।"
25 ହେବେତାଂ ହେୱାନ୍ ଦାପ୍ରେ ହେୱାର୍ ମୁମ୍ଦ ନିଙ୍ଗ୍ଜି, ଇମ୍ଣି କାଟେଲ୍ ଜପି ହେୱାନ୍ ହୁନ୍ଜି ମାଚାନ୍, ହେଦାଂ ଅଜ଼ି ଗାଜା ଇସ୍ୱର୍ତି କେର୍ଜି କିଜ଼ି କିଜ଼ି ଜାର୍ ଇଞ୍ଜ ହାଚାନ୍ ।