31 ଜିସୁ ଆରେ ରଗ ଇଚାନ୍ ଇନେର୍ ଇ ଜୁଗ୍ଦି ମାନାୟାରିଂ ଆନ୍ ଇନେର୍ ହୁଦାଂ ତୁଲାୟ୍ କିନାଙ୍ଗ୍, "ଆରେ ହେୱାର୍ ଇନେର୍ ଲାକେ ? 32 ଇମ୍ଣି କାଡ଼୍ଦେର୍ ଆଟ୍ ବାଜାର୍ତ କୁଚ୍ଚି ହେୱେର୍ ହେୱାର୍ କୁକ୍ଚି ଇନାର୍, ଆପେଂ ମି ଲାଗାଂ ହୁରୁଡ଼ି ତୁବ୍ତାପ୍, ଏପେଙ୍ଗ୍ ଏନ୍ଦ୍ୱାତାଦେର୍; ଆପେଂ ହାତି କେର୍କଣ୍ କେର୍ତାପ୍, ଏପେଙ୍ଗ୍ ଆଡ଼୍ବାୱାତାଦେର୍, ହେୱାର୍ ହେୱେର୍ ଲାକେ । 33 ଇନାକିଦେଂକି ବାପ୍ତିସିମ୍ହିନି ଜହନ୍ ୱାଜ଼ି ରୁଟି ତିନ୍ୱାତାନ୍ କି ଆରେ ଅଙ୍ଗୁର୍ ରାସ୍ ଉଣୁୱାତାନ୍, ଆରେ ଏପେଙ୍ଗ୍ ଇନାଦେରା, ହେୱାନ୍ ବୁତ୍ ଆସ୍ତାତ୍ନା । 34 ମାନାୟ୍ ମାଜ଼ି ୱାଜ଼ି ତିନାଉଣା କିନାନ୍, ଆରେ ଏପେଙ୍ଗ୍ ଇନାଦେରା, ହୁଡ଼ାଟ୍, ଇୱାନ୍ ରକାନ୍ ବାତ୍ୱା ଆରି ମଦ୍ୱା, ସିସ୍ତୁଏନ୍ନାକାର୍ ଆରି ପାପିୟାର୍ ହାଙ୍ଗ୍ଦାକାନ୍ । 35 ମତର୍ ବୁଦି ନିଜାର୍ ୱିଜ଼ାର୍ ହିମ୍ଣାଂ ତାଙ୍ଗ୍ ସମାନ୍ ଇଞ୍ଜି ପାର୍ମାଣ୍ ଆତାତ୍ ।"
ପାରୁସି ସିମନ୍ ଇଞ୍ଜ ଜିସୁ
36 ଆରି, ପାରୁସିର୍ ବିତ୍ରେ ରୱାନ୍ ଜିସୁ ନିଜାର୍ ଲାହାଙ୍ଗ୍ ଚିଞ୍ଜେଙ୍ଗ୍ ତାଙ୍ଗେଙ୍ଗ୍ ଗୱାରି କିଜ଼ି କୁକ୍ତାନ୍ । ହେବେଣ୍ଡାଂ ହେୱାନ୍ ପାରୁସି ଇଞ୍ଜ ହଣ୍ଜି ଚିଞ୍ଜେଙ୍ଗ୍ କୁଚ୍ଚାର୍ । 37 ୭:୩୭ ମାତିଉ ୨୬:୭; ମାର୍କ ୧୪:୩; ଜହନ୍ ୧୨:୩.ଆରେ ହୁଡ଼ାଟ୍, ହେ ଗାଡ଼୍ଦ ରଞ୍ଜେଲ୍ ପାପିୟାଣି କଗ୍ଲେ ମାଚାତ୍; ଜିସୁ ହେ ପାରୁସି ଇଞ୍ଜ ତିନି କାଜିଂ କୁଚ୍ଚାନ୍ନା, ଇଦାଂ ପୁଞ୍ଜି ହେଦେଲ୍ ର କଣ୍ଡିତ ବାସ୍ନା ଚିକାଣ୍ ତାସି ୱାତାତ୍,