ଜିସୁ ବାରଜାଣ୍ ଚେଲାରିଂ ପକ୍ତାନ୍
1 ଇବେତାଂ ହେୱାନ୍ ବାରଜାଣ୍ ଚେଲାରିଂ କୁକ୍ଚି ରବେ କିଜ଼ି ହେୱାରିଂ ସବୁ ପୁଦାଂ ପିହିକିଦେଂ, ଆରେ ରଗ୍ ଉଜ୍ କିଦେଙ୍ଗ୍ କାଜିଂ ସାକ୍ତି ଆରି ଆଦିକାର୍ ହିତାନ୍ । 2 ଆରେ, ହେୱାନ୍ ହେୱାରିଂ ଇସ୍ୱର୍ତି ରାଜିନି ନେକ୍ରିକାବୁର୍ ସୁଣାୟ୍ କିଦେଙ୍ଗ୍ ଆରି ରଗ୍ୟାରିଂ ଉଜ୍ କିନି କାଜିଂ ପକ୍ତାନ୍, 3 ଆରି, ହେୱାରିଂ ଇଚାନ୍, "ମି ହାନି କାଜିଂ ବାଡ୍ଗା କି ମଣା କି ରୁଟି କି ଡାବୁଙ୍ଗ୍ ପା ଅମାଟ୍, ନଲେ ରିଣ୍ଡାଂ ଆଙ୍ଗିଙ୍ଗ୍ ରଚେ ଇଟ୍ମାଟ୍ । 4 ଆରେ, ଏପେଙ୍ଗ୍ ଇମ୍ଣି ଇଞ୍ଜ ମାନିକିଦ୍ନାର୍, ହେ ବାହାତାଂ ହାଲ୍ୱି ପାତେକ୍ ହେବେ ମାନାଟ୍ । 5 ୯:୫ ପକ୍ୟାତାକା ୧୩:୫୧.୯:୫ ଲୁକ ୧୦:୪-୧୧.ଆରେ, ଏଚେକ୍ ଜାଣ୍ ମିଙ୍ଗେଙ୍ଗ୍ ମାନିକିଦୁର୍, ହେ ନାସ୍ତାଂ ୱାନିହିଂ ହେୱାର୍ ବିରୁଦ୍ତ ସାକି ହିନି କାଜିଂ ମି ପାନାନି ଦୁଡ଼ି ଡ଼ାତ୍ତି ତୁହିୟାଟ୍ ।
6 ହେବେଣ୍ଡାଂ ହେୱାର୍ ହାଲ୍ଜି ୱିଜ଼ୁ ବାହାତ ନେକ୍ରିକାବୁର୍ ସୁଣାୟ୍ କିତାର୍ ଆରି ଉଜ୍ କିଜ଼ି କିଜ଼ି ନାସ୍କୁ ନାସ୍କୁକାଂ ବୁଲାଆଦେଂ ଲାଗାତାର୍ ।"