ଜିସୁ ଏଜ଼ୁଂ ଜପି ତାଂତାନ୍
22 ହେ ଦାପ୍ରେ ଜିସୁ ଚେଲାରିଂ ଡଙ୍ଗାତ ଦୁମ୍ଜି ତା ମାଡ଼ି ଆନ୍ଟି ପାଡ଼୍କା ଆଗେ ହାନ୍ଞ୍ଜେଙ୍ଗ୍ ଇଚାନ୍, ଆରେ ହେୱାନ୍ ଇବେଣ୍ଡାଂ ମାନାୟାରିଂ ୱିଜ଼ାରିଂ ହେଲ ହିତାନ୍ । 23 ମାନାୟାରିଂ ହେଲ ହିତି ପାଚେ ଜିସୁ ପାର୍ତାନା କିନି କାଜିଂ ହସି ହାଲ୍ଜି ମାଡ଼ି ଜପି ହାଚାନ୍, ଆରେ ମିକା ଆତିଲେ ହେୱାନ୍ ହେବେ ରକାନ୍ ମାଚାନ୍ । 24 ମାତର୍ ଡଙ୍ଗା ହେ ପାଦ୍ନା ଗୁଟିତାଂ ବେସି ଦେହା ମାଚାତ୍ ଆରି ଲଡ଼ି ଦୁକା କାଜିଂ ହେଦାଂ ତୁଙ୍ଗ୍ଜି ମାଚାତ୍ ।
25 ମାତର୍ କୁଜ଼ୁ କେପା ହେୱାନ୍ ହାମ୍ଦୁର୍ ଜପି ତାଙ୍ଗ୍ଜି ଚେଲାର୍ ତାକେ ୱାତାନ୍, 26 ଆରେ ଚେଲାହିର୍ ତାଙ୍ଗେଙ୍ଗ୍ ହାମ୍ଦୁର୍ ଜପି ତାଂନାକା ହୁଡ଼୍ଜି ପାଣ୍ଡ୍ରା ଆଜ଼ି ଇଚାର୍, "ଇଦାଂ ତ ବାନ୍ୟା ପୁଦା" ଆରେ ହେୱାର୍ ପାଣ୍ଡ୍ରୁତିଂ କିକିରାଡିଂ କିତାର୍ ।
27 ମାତର୍ ଜିସୁ ହେ ଦାପ୍ରେ ହେୱାର୍ ଲାହାଙ୍ଗ୍ ବେଣ୍ କିଜ଼ି ଇଚାନ୍, ସାସ୍ ଆହାଟ୍, "ଇୱାଙ୍ଗ୍ ତ ଆନ୍, ପାଣ୍ଡ୍ରା ଆମାଟ୍ ।"
28 ହେବେ ପିତର୍ ଉତର୍ ହିତାନ୍, "ଏ ମାପ୍ରୁ, ଇନାୱାଡ଼ାଂ ଏନ୍, ଲାଗିଂ ଏଜ଼ୁଂ ଜପି ନି ତାକେ ହାନି କାଜିଂ ନାଙ୍ଗ୍ ବଲ୍ ହିଦା ।"
29 ଜିସୁ ଇଚାନ୍, "ୱା" ହେବେ ପିତର୍ ଡଙ୍ଗାତାଂ ଜୁଜ଼ି ଏଜ଼ୁଂ ଜପି ତାଙ୍ଗ୍ଜି ଜିସୁ ତାକେ ହାଚାନ୍ । 30 ମତର୍ ହେୱାନ୍ ଦୁକା ହୁଡ଼୍ଜି ପାଣ୍ଡ୍ରା ଆତାନ୍, ଆରେ ମୁଞ୍ଜ୍ନିହିଂ କିକିରାଡିଂ କିଜ଼ି ଇଚାନ୍ "ଏ ମାପ୍ରୁ, ନାଙ୍ଗେଙ୍ଗ୍ ରାକ୍ୟା କିଦା ।"
31 ଜିସୁ ହେ ଦାପ୍ରେ କେଇ ଲାମାୟ୍ କିଜ଼ି ତାଙ୍ଗେଙ୍ଗ୍ ଆସ୍ତି ଇଚାନ୍, "ଏ ଅଲପ୍ ପାର୍ତିକିନାକାୟ୍, ଇନାକିଦେଂ ପାର୍ତି କିଉୟା ?"
32 ଆରେ, ହେୱାର୍ ହେୱାର୍ ଲାଗାଂ ହାଲ୍ଜି ଡଙ୍ଗାତ ଦୁମ୍ତାନ୍, ଆରେ ଦୁକା ତିର୍ ଆତାତ୍ । 33 ହେବେ ଡଙ୍ଗାତ ମାନି ଚେଲାର୍ ଜିସୁଙ୍ଗ୍ ପାର୍ତାନା କିଜ଼ି ଇଚାର୍, "ଏନ୍ ହାତ୍ପା ଇସ୍ୱର୍ ମେହିତି ।"