9 ହେବେ ହେୱାର୍ ରାଜା ବେଣ୍ ୱେନ୍ଞ୍ଜି ହାଚାର୍; ଆରେ ହୁଡ଼ା, ହେୱାର୍ ୱେଡ଼ାହତ୍ନି ଦେସ୍ତ ଇମ୍ଣି ହୁକା ହୁଡ଼୍ତାର୍, ହେଦାଂ ହେୱାର୍ ଆଗ୍ଦ ଆଗ୍ଦ ହାଲ୍ଜି, ଇମେତାକେ କାଡ଼୍ଦେ ମାଚାନ୍, ପାଚେ ହେ ବାହା ଜପି ଟେବାତାତ୍ । 10 ହେୱାର୍ ହେଦେଲିଂ ହୁଡ଼୍ଜି ବେସି ୱାରିତାଂ ଏଚେକ୍ ଉଲ୍କା ଆଜ଼ି ନିଙ୍ଗ୍ତାର୍ ହେୱାର୍ ହେୱାରିଂ ଆଗେ ଆଗେ ହାଲ୍ଜି ହୁକା ଆରେ କାଡ଼୍ଦେ ମାନି ଇଲ୍ ଜପି ସମାନ୍ ଟେବା ଆତାର୍ । 11 ହେୱାର୍ ହେ ଇଲ୍ ବିତ୍ରେ ହଟାର୍ ଆରି କାଡ଼୍ଦେଂ ତେହି ମରିୟମ୍ ଲାହାଙ୍ଗ୍ ହୁଡ଼୍ଜି ମେଣ୍ଡାଙ୍ଗ୍କୁନ୍ଦିକିଜ଼ି ତାଙ୍ଗ୍ ପାର୍ତାନା କିତାର୍ ଆରି ରଚେ ଅଜ଼ି ମାଚି ହନା, କୁନ୍ଦୁର୍ ଆରି ବାସ୍ନା ଚିକାଣ୍ ହପ୍ଚି ଦାନ୍ ହିତାର୍ ।
12 ଇଦାଂ ପାଚେ ହେୱାର୍ ବିନ୍ ର ହାଜ଼ି ହିଜ଼ି ଜାର୍ ଦେସ୍ତ ହାଚାର୍ । ଇନାକିଦେଂକି ହେରଦ୍ ଲାଗାଂ ହାଞ୍ଜେଙ୍ଗ୍ କାୱିତି କାଜିଂ ଇସ୍ୱର୍ ହେୱାରିଂ କେଚ୍କଣ୍ତ ବଲ୍ ହିଜ଼ି ମାଚାନ୍ ।