11 ହେ ବାନି ଏପେଙ୍ଗ୍ ପା ଜାର୍ ଜାର୍ତିଂ ପାପ୍ କାଜିଂ ହାକି, ଏପେଙ୍ଗ୍ ନଂ କ୍ରିସ୍ଟ ଜିସୁତି ହୁଦାଂ ଜିବୁନ୍ତ ଇସ୍ୱର୍ତି ଲାହାଂ ମେହା ଆତାଦେର୍ଣ୍ଣା ।
12 ଇଦାଂ କାଜିଂ ପାପ୍ ମି ହାକି ଗାଗାଡ଼୍ତ ରାଜ୍ କିମେତ୍, ହେଦାଂ କିତିସ୍, ଏପେଙ୍ଗ୍ ହେବେନି ବାନ୍ୟା ଲାଲ୍ସାତ ମୁଞ୍ଜି ହାଲ୍ମାଟ୍; 13 ଏପେଙ୍ଗ୍ ଜାର୍ତିଂ ଇମ୍ଣାକା ପା ପାପ୍ ଲାଗାଂ ହେଲାୟ୍ ଆଜ଼ି ଅଦାର୍ମିନି ଆତିୟାର୍ ଲାକେ ବେବାର୍ ଆମାଟ୍ । ନଲେ ହାକିତାଂ ରାକ୍ୟା ପାୟାଜ଼ି ଜିବୁନ୍ ଗାଟା ଆଜ଼ି ମାଚିଲେ ଏପେଙ୍ଗ୍ ସତ୍କାମାୟ୍ ପୁରାୟ୍ କିଦେଙ୍ଗ୍ ଜାର୍ ଜାର୍ତିଂ ପୁରା ଇସ୍ୱର୍ତାକେ ହେଲାୟ୍ କିୟାଟ୍ ।