ଗରବ୍ କାଜିଂ ଚେତ୍ନା
13 ନଙ୍ଗ୍ ହୁଡ଼ାଟ୍, ଇମ୍ଣାକାର୍ ଇନାଦେରା, "ନେଞ୍ଜେଙ୍ଗ୍ କି ୱିଗା ଆସେଙ୍ଗ୍ ଅମ୍କ ବସ୍ତିତ ହାନାପ୍ ଆରି ହେବେ ର ବାର୍ହୁ ପାତେକ୍ ମାନ୍ଞ୍ଜି ବେପାର୍ବାଟ୍ କିଜ଼ି ଲାବ୍ କିନାପ୍," 14 ମାତର୍ ୱିଗା ମି ଜିବୁନ୍ତ ଇନାକା ଗିଟାଆନାତ୍, ହେଦାଂ ତ ଏପ୍ ପୁନୁଦେର୍ ! ମି ଜିବୁନ୍ ଗୁକ୍ଟା ଲାକେ, ଦାପ୍ରେ ଚଞ୍ଜ୍ୟାଜ଼ି ପାଚେ ଚାନେକ୍ତିଂ ଉମ୍ଜି ହାନାତ୍ । 15 ଲାଗିଂ ମିଦାଂ ଇନାକା ମାନାତ୍, "ମାପ୍ରୁତି ଇଚା ଆତିସ୍ ଆପ୍ ଜିବୁନ୍ ମାନ୍ଞ୍ଜି ଇଦାଂ କିନାସ୍ କି ହେଦାଂ କିନାସ୍, ଇ ଲାକେ ଇନାସ୍ ମି ଲଡ଼ା ।" 16 ମାତର୍ ନଙ୍ଗ୍ ଏପେଙ୍ଗ୍ ଜାର୍ ଜାର୍ ଆକ୍ରିୟା ବାବ୍ରେ ଗରବ୍ କିନାଦେରା; ଇବାନି ଗରବ୍ ବାନିୟା ଆନାତ୍ ।
17 ଲାଗିଂ, ଇମ୍ଣି ମାନାୟ୍ ଇମ୍ଣି ହାର୍ଦି କାମାୟ୍ କିନି ଲଡ଼ା ଇଞ୍ଜି ପୁନ୍ଞ୍ଜି ପା ହେଦାଂ କିଉନ୍, ହେୱାନ୍ ପାପ୍ କିନାନ୍ ।