ଖ୍ରୀଷ୍ଟିୟାନ୍ ହାଗାକଆଃ ନ୍ୟାୟ ବିଚାର୍
1 ଆପେକଏତେ ଜେତାଏତାଃରେ ଏଟାଃ ଖ୍ରୀଷ୍ଟିୟାନ୍ ହାଗା ବିରୁଧ୍ରେ କାଜି ମେନାଃରେଦ, ଇନିଃ ବିଚାର୍ ନାଗେନ୍ତେ ପାର୍ମେଶ୍ୱାର୍ଆଃ ହଡ଼କତାଃତେ କା ସେନ୍କେଦ୍ତେ ସାଅଁସାର୍ ହଡ଼କତାଃତେ ସେନ୍ ନାଗେନ୍ତେ ଚିଲ୍କାତେ ସାହାସେ ତାନା ? 2 ପାର୍ମେଶ୍ୱାର୍ଆଃ ହଡ଼କ ନେ ଅତେଦିଶୁମ୍କେ ବିଚାରେୟାକ ମେନ୍ତେ ଚିନାଃ ଆପେ କାପେ ସାରିତାନା ? ଆପେ ନେ ଅତେଦିଶୁମ୍କେପେ ବିଚାର୍ ଦାଡ଼ିତାନ୍ରେଦ, ନେ ହୁପୁଡିଙ୍ଗ୍ କାଜିକ ଚିନାଃ କାପେ ବିଚାର୍ ଦାଡ଼ିୟା ? 3 ଆବୁ ଦୁଁତ୍କକେ ବିଚାର୍କଆବୁ, ଏନା ଆପେ କାପେଚି ସାରିତାନା ? ତାବ୍ଦ ନେ ସାଂସାର୍ରେ ହବାଃଅତାନ୍ ବିଷାଏକ ବିଚାର୍ ନାଗେନ୍ତେ ଆବୁଆଃ ନେ ଜୀଦାନ୍ରେ ଚିମିନ୍ ରାୱାଲ୍ ହବାଅଃଆ ! 4 କାଲିସିୟାରାଃ ନେପେଲ୍ରେ ଅକନ୍କଚି ମାଇନ୍ କାକ ନାମେତାନା, ଏନ୍ ହଡ଼କତାଃତେ ଆପେ ନେ ହୁପୁଡିଙ୍ଗ୍ କାଜିକ ବିଚାର୍ ନାଗେନ୍ତେ ଚିନାଃମେନ୍ତେପେ ସେନ୍ତାନା ? 5 ଏନା ନାଗେନ୍ତେ, ଆପେୟାଃ ଗିହୁଗଃରାଃ କାଜିତାନାଃ ! ଖ୍ରୀଷ୍ଟିୟାନ୍ ହାଗାକ ଥାଲାରେ କା ବାପାଇ ତାନ୍କଆଃ ବିଚାର୍ ରିକାଦାଡ଼ି ନାଗେନ୍ତେ କାଲିସିୟାରେ ମିହୁଡ଼୍ ଲେକାଦ ସେଣାଁଁନ୍ ହଡ଼ ତାଇନାଏ !