20 ନୁହୁଁ ଲାଉକା ବାଇତାନ୍ ଇମ୍ତା ପାର୍ମେଶ୍ୱାର୍ ଧିରାଜ୍ ସାବ୍କେଦ୍ତେ ତାଙ୍ଗିତାନ୍ ତାଇକେନାଏ, ଇମ୍ତା ଅକନ୍ ହଡ଼କ ପାର୍ମେଶ୍ୱାର୍କେ କାକ ମାନାତିଙ୍ଗ୍ ତାଇକେନା, ଇନ୍କୁ ଏନ୍ ଆତ୍ମାକ ତାନ୍କ । ଏନ୍ ଦାଆଃ ଜାହାଜ୍ରେ ବଲକେଦ୍ତେ କାମ୍ତିଗି ହଡ଼, ଚାଏ ସବେନ୍ ମେସାକେଦ୍ତେ ଇରାଲିୟା୩:୨୦ ଆଠ୍ ଝାନ୍ଗି ଟୁଡା ଦାଆଃହେତେ ବାଞ୍ଚାଅୟାନାକ । 21 ଏନାଦ ଆପେୟାଃ ଜୀଉବାଞ୍ଚାଅ ହବାଅଃତାନ୍ ବାପ୍ତିସ୍ମାରେୟାଃ ଜନ୍କା ତାନାଃ । ନେ ବାପ୍ତିସ୍ମା ଆପେୟାଃ ହଡ଼୍ମରେୟାଃ ହୁମୁ କାଏ ସାଙ୍ଗିନେଆଁ, ମେନ୍ଦ ପାର୍ମେଶ୍ୱାର୍ତାଃରେ ବୁଗିନ୍ ବିବେକ୍ ନାମେ ନାଗେନ୍ତେ ବିନ୍ତି, ଆଡଃ ୟୀଶୁ ଖ୍ରୀଷ୍ଟ୍ଆଃ ଜୀଉବିନିରିଦ୍ ହରାତେ ଆପେୟାଃ ଜୀଉବାଞ୍ଚାଅ ହବାଅଃତାନା 22 ଏନ୍ ୟୀଶୁ ଖ୍ରୀଷ୍ଟ୍ ସିର୍ମାତେ ରାକାବ୍ୟାନା ଆଡଃ ପାର୍ମେଶ୍ୱାର୍ଆଃ ଜମ୍ତିସାଃରେ ଦୁବାକାନା, ଆଡଃ ସିର୍ମାରେନ୍ ଦୁଁତ୍କ, ଆକ୍ତେୟାର୍ ନାମାକାଦ୍କ, ପେଡ଼େଃ ନାମାକାଦ୍କ ଇନିୟାଃ ଥାବର୍ରେ ମେନାକଆ ।