ସାଅଁସାର୍ ହଡ଼କଲଃ ଆଲ୍ପେ ଜକାନାଃ
14 ଅକନ୍କ ଖ୍ରୀଷ୍ଟ୍କେ କାକ ବିଶ୍ୱାସ୍ତାନା, ଇନ୍କୁଲଃ ମିଦ୍ଜକାତେ କାମି ନାଗେନ୍ତେ ଆଲ୍ପେ ସାନାଙ୍ଗ୍ଆଁଃ । ନେ’ଲେକା ଚିଉଲାଅ କା ହବାଦାଡ଼ିୟଃଆ, ଚିୟାଃଚି ଧାର୍ମାନ୍ ଆଡଃ କା ଧାର୍ମାନ୍କଲଃ ଚିକାନ୍ ସାଙ୍ଗାତି ? ମାର୍ସାଲ୍ ଆଡଃ ନୁବାଃ ଚିଲ୍କାତେ ମିଦ୍ରେ ତାଇନା ? 15 ଖ୍ରୀଷ୍ଟ୍ ଆଡଃ ସାଏତାନ୍ ଚିଲ୍କାତେ ମିଦେନାକିନ୍ ? କା ବିଶ୍ୱାସ୍ ତାନ୍ନିଃଲଃ ବିଶ୍ୱାସ୍ତାନ୍ନିଃ ଚିକାନ୍ ବିଷାଏରେ ମେସା ଦାଡ଼ିନାଃ ?