11 ନେ ସବେନାଃ ନେ’ଲେକା ଜିୟନଃରେଦ, ଆପେୟାଃ ଚିଲ୍କାନ୍ ଜୀୱାନ୍ ହବାଅଃ ଲାଗାତିଙ୍ଗ୍ୟାଁଃ, ଏନା କାଟିଃ ଉଡ଼ୁଃଲେପେ । ଆପେକେ ପାବିତାର୍ ଆଡଃ ପାର୍ମେଶ୍ୱାର୍ତାଃରେ ଜିମାକାନ୍ ଜୀୱାନ୍ ଲେକା ହବାଅଃ ଲାଗାତିଙ୍ଗ୍ୟାଁଃ । 12 ଆପେ ପାର୍ମେଶ୍ୱାର୍ଆଃ ହିନିଜୁଃ ହୁଲାଙ୍ଗ୍କେ ନେଲ୍ ହରାତାନ୍ରେଦ, ଏନା ଜାଲ୍ଦି ହିଜୁଃ ନାଗେନ୍ତେ ସେକାଡ଼ାକାନ୍ପେ । ଏନ୍ ହୁଲାଙ୍ଗ୍ ସିର୍ମାରେୟାଃ ଏନେଟେଦ୍ ବିଷାଏ ସବେନ୍ ଜୁଲ୍କେଦ୍ତେ ଜିୟନଃଆ ଆଡଃ ସିର୍ମାରେନ୍ ଇପିଲ୍ ଚାଣ୍ଡୁଃ ପୁରାଃ ଜୁନୁଲ୍ରାଃ ଏଲାଙ୍ଗ୍ତେ ଲେୟାଙ୍ଗ୍ଅଁଃଆ । 13 ୩:୧୩ ଉନୁଦୁବ୍ କାଜି ୨୧:୧.ମେନ୍ଦ ପାର୍ମେଶ୍ୱାର୍ ଆବୁକେ ଏମାକାଦ୍ବୁ ବାନାର୍ସା କାଜିଲେକାତେ, ମିଆଁଦ୍ ନାୱା ସିର୍ମା ଆଡଃ ନାୱା ଅତେବୁ ନେଲ୍ହରାତାନା, ଅକ୍ନାଃଚି ଧାର୍ମାନ୍କଆଃ ତାଇନଃ ଠାୟାଦ୍ ହବାଅଃଆ ।