20 ଏନ୍ତେ ଇନିଃ ବିରିଦ୍ୟାନ୍ତେ ଆପୁତେତାଃ ସେନଃୟାନାଏ । ମେନ୍ଦ ଇନିଃ ସାଙ୍ଗିନ୍ରେଗି ତାଇକେନ୍ ଇମ୍ତା ଆପୁତେ ଇନିଃକେ ନେଲ୍କିଃତେ ଲିବୁଆଇକିୟାଏ, ଆଡଃ ନିର୍ ଦାରମ୍କିୟାଏ, ଆଡଃ ହାଁବୁଦ୍କିଃତେ ଚଅଃ’କିୟାଏ । 21 ହନ୍ ଇନିଃକେ କାଜିକିୟାଏ, ‘ହେ ଆବା, ଆଇଙ୍ଗ୍ ସିର୍ମାରେନ୍ ପାର୍ମେଶ୍ୱାର୍ଆଃ ଆଡଃ ଆମାଃ ଆୟାର୍ରେଇଙ୍ଗ୍ ପାପ୍କାଦାଃ, ଆଇଙ୍ଗ୍ ଆୟାର୍ତେ ଆମାଃ ହନ୍ କାଜିୟଃଲେକାନିଃ ନାହାଁଲିଙ୍ଗ୍ ।’ 22 ମେନ୍ଦ ଆପୁ ଆୟାଃ ଦାସିକକେ କାଜିୟାଦ୍କଆଏ, ‘ବୋଦେଗି ! ସବେନାଃଏତେ ବୁଗିନ୍ ଲିଜାଃ ଅଡଙ୍ଗ୍ୟେଁପେ ଆଡଃ ଇନିଃକେ ତୁସିଙ୍ଗ୍ଇପେ ଆଡଃ ଇନିୟାଃ ତିଃଇରାଃ ସାର୍ସାର୍ରେ ମୁଦାମ୍ ଆଡଃ କାଟାରେ ଜୁତା ଚାଏ ଖାର୍ପା ତୁସିଙ୍ଗ୍ଇପେ । 23 ଆଡଃ କିରିକାନ୍ ବାଛା୧୫:୨୩ ବାଛା ଦାମୁର୍ ଆଉକେଦ୍ତେ ଗଜିପେ, ଆବୁ ଜମ୍କେଦ୍ତେବୁ ରାସ୍କାଅଃଆ ।