ୟୀଶୁ ଆୟାଃ ଗେଲ୍ବାର୍ ଚେଲାକକେ କୁଲ୍କତାନାଏ
1 ଏନ୍ତେ ୟୀଶୁ ଗେଲ୍ବାର୍ ଚେଲାକକେ କେଡ଼ାହୁଣ୍ଡିକେଦ୍କଆଏ, ସବେନ୍ ବଙ୍ଗାକକେ ହାର୍ଅଡଙ୍ଗ୍ନାଙ୍ଗ୍, ଆଡଃ ଦୁକୁ ଗେରାଙ୍ଗ୍ ଏତେ ବୁଗିକନାଙ୍ଗ୍ ମେନ୍ତେ ପେଡ଼େଃ ଆଡଃ ଆକ୍ତେୟାର୍ ଏମାଦ୍କଆଏ, 2 ଆଡଃ ଇନିଃ ଇନ୍କୁକେ ପାର୍ମେଶ୍ୱାର୍ଆଃ ରାଇଜ୍ରେୟାଃ କାଜି ଉଦୁବଃ ନାଗେନ୍ତେ, ଦୁକୁହାସୁତାନ୍କକେ ବୁଗିକ ନାଗେନ୍ତେ କୁଲ୍କେଦ୍କଆଏ । 3 ଇନିଃ ଇନ୍କୁକେ କାଜିୟାଦ୍କଆଏ, "ଆପେୟାଃ ହରାସେନ୍ ନାଗେନ୍ତେ ସଟା ଚାଏ ଥାଇଲା, ହଲଙ୍ଗ୍ ଚାଏ ଟାକାପାଏସା, ଚାଏ ବାରିଆ ତୁସିଙ୍ଗ୍ ଲିଜାଃ ହଁ ଆଲ୍ପେ ଇଦିୟା । 4 ଜେତା ଅଡ଼ାଃରେ ଦାରମ୍ପେରେ, ଏନ୍ ଜାପାଃଏତେ ଆଉରି ଅଡଙ୍ଗ୍ଅଃ ଜାକେଦ୍ ଏନ୍ ଅଡ଼ାଃରେଗି ତାଇନଃପେ । 5 ୯:୫ ପ୍ରେରିତ୍ ୧୩:୫୧.୯:୫ ଲୁକ ୧୦:୪-୧୧.ଜେତାଏ ଆପେକେ କାକ ଦାରମ୍ପେରେଦ ଏନ୍ ହାତୁଏତେ ଅଡଙ୍ଗ୍ ଇମ୍ତାଙ୍ଗ୍ ଆପେୟାଃ କାଟା ତାଲ୍କାରେୟାଃ ଧୁଡ଼ି ଗାୱା ନାଗେନ୍ତେ କଟା ବାଗିତାପେ ।"
6 ଏନାରେ ଇନ୍କୁ ଅଡଙ୍ଗ୍ୟାନ୍ତେ ସବେନ୍ସାଃ ସୁକୁକାଜି ଉଦୁବ୍ତାନ୍ଲଃ ଆଡଃ ହଡ଼କକେ ବୁଗିକ ତାନ୍ଲଃ ହାତୁ ହାତୁକ ହନର୍ବାଡ଼ାକେଦା ।