38 ଆଡଃ ନେଲେପେ, ଗାଦେଲ୍ ହଡ଼କଏତେ ମିହୁଡ଼୍ କାଉରିକେଦାଏ, "ହେ ଗୁରୁ ଆଇଙ୍ଗ୍ ବିନ୍ତିମେତାନାଇଙ୍ଗ୍, ହନିଙ୍ଗ୍କଡ଼ାକେ ହେତାଇମେ, ଇନିଃଦ ଆଇଁୟାଃ ମିଆଁଦ୍ଗି ହନ୍କଡ଼ା ତାନିଃ" ମେନ୍କିୟାଏ । 39 ଆଡଃ ନେଲିମେ, ମିଆଁଦ୍ ବଙ୍ଗା ଇନିଃକେ ସାବ୍କିଃରେ ଇନିଃ ଆଚ୍କାଗି କାଉରିୟାଏ; ଆଡଃ ମଚାଏତେ ପୁତ୍ରିଦ୍କ ଅଡଙ୍ଗ୍ଅଃଆ, ବଙ୍ଗା ଇନିଃତାଃଏତେ ଚିମିନ୍ ତାର୍ସାର୍ତେ ଅଡଙ୍ଗ୍ଅଃଆଏ । ଆଡଃ ଇନିଃଦ ଇନିଃକେ ଜିୟନିତାନାଏ । 40 ଆଇଙ୍ଗ୍ ଚେଲାକକେ ବିନ୍ତିକେଦ୍କଆଇଙ୍ଗ୍, "ମାର୍ ବଙ୍ଗାକେ ଅଡଙ୍ଗ୍ଇଁପେ, ମେନ୍ଦ ଇନ୍କୁ କାକ ଦାଡ଼ିକେଦାଃ ।"
41 ଆଡଃ ୟୀଶୁ ମେନ୍କେଦାଏ, "ଏ କା ବିଶ୍ୱାସ୍ ଆଡଃ କେଟେଦ୍ ମନ୍ରେନ୍ ହଡ଼କ, ଚିମିନ୍ ମାହାଁ ଜାକେଦ୍ ଆପେଲଃ ତାଇନାଇଙ୍ଗ୍ ଆଡଃ ସାହାତିଙ୍ଗ୍ପେୟା ?" ଆଡଃ ଏନ୍ ହଡ଼କେ କାଜିକିୟାଏ, "ମାର୍ ଆମାଃ ହନ୍କେ ଆଇଙ୍ଗ୍ତାଃତେ ଆଉୱିମେଁ ।"
42 ଆଡଃ କଡ଼ାହନ୍ ହିଜୁଃତାନ୍ ଇମ୍ତା ବଙ୍ଗା ଇନିଃକେ ଥାୱାକିୟାଏ, ମେନ୍ଦ ୟୀଶୁ ଏନ୍ ସତ୍ରା ଆତ୍ମାକେ ମାରାଙ୍ଗ୍ମଚାକେଦ୍ତେ ଇନିଃକେ ବୁଗିକିୟାଏ ଆଡଃ ଆପୁତେକେ ଏମ୍ରୁହାଡ଼ାଇୟାଏ ।
ୟୀଶୁ ଆଡଃମିସା ଆୟାଃ ଗନଏଃ କାଜି କାଜିକେଦାଏ
43 ଏନ୍ତେଦ ସବେନ୍କ ପାର୍ମେଶ୍ୱାର୍ଆଃ ମାନାରାଙ୍ଗ୍ତେ ଆକ୍ଦାନ୍ଦାଅୟାନାକ । ଆଡଃ ୟୀଶୁ କାମିକେଦ୍ ସବେନ୍ କାମିତେୟ ହଡ଼କ ଆକ୍ଦାନ୍ଦାଅଃତାନ୍ ତାଇକେନ୍ରେ, ଇନିଃ ଆୟାଃ ଚେଲାକକେ ମେତାଦ୍କଆଏ,