ୟୀଶୁଆଃ ବାପ୍ତିସ୍ମା ଆଡଃ ବିଡ଼ାଅ
9 ଏନ୍ ଦିପିଲିରେ ୟୀଶୁ ଗାଲିଲ୍ ପାର୍ଗାନ୍ରେୟାଃ ନାଜ୍ରେତ୍ ନାଗାର୍ଏତେ ଯାର୍ଦାନ୍ ନାହିଁତେ ହିଜୁଃୟାନା, ଆଡଃ ଯୋହାନ୍ ୟୀଶୁକେ ବାପ୍ତିସ୍ମା ଏମ୍କିୟାଏ । 10 ଆଡଃ ୟୀଶୁ ଦାଆଃ ଭିତାର୍ଏତେ ବାହାରି ଅଡଙ୍ଗ୍ୟାନ୍ ଇମ୍ତା ଇନିଃ ସିର୍ମା ନିଜାକାନ୍ ଆଡଃ ପାବିତାର୍ ଆତ୍ମା ଦୁଦୁମୁଲ୍୧:୧୦ ପାରା ଲେକା ଆୟାଃ ଚେତାନ୍ରେ ଆଡ଼୍ଗୁତାନାଏ ନେଲ୍କିୟା ।