ୟୀଶୁଆଃ ରୁପ୍ ବାଦ୍ଲିଅଃ
1 ତୁରିୟା ମାହାଁ ତାୟମ୍ତେ ୟୀଶୁ, ପାତ୍ରାସ୍, ଯାକୁବ୍ ଆଡଃ ହାଗାତେ ଯୋହାନ୍ତେକୁକେ ଆୟାଃଲଃ ମିଆଁଦ୍ ସାଲାଙ୍ଗି ବୁରୁତେ ଇଦିକେଦ୍କଆଏ । ଏନ୍ତାଃରେ ଇନ୍କୁ ଏସ୍କାର୍ଗିକ ତାଇକେନା । 2 ଇନିୟାଃ ମେଦ୍ମୁହାଁଡ଼୍ ଇନ୍କୁଆଃ ସାମ୍ନାଙ୍ଗ୍ରେ ବାଦ୍ଲାୟାନା ଆଡଃ ଇନିୟାଃ ମେଦ୍ମୁହାଁଡ଼୍ ସିଙ୍ଗିଲେକା ଜୁଲ୍ୟାନା ଆଡଃ ଇନିୟାଃ ଲିଜାଃ ଝାକ୍ ମାକ୍ ପୁଣ୍ଡିୟାନା । 3 ଏନ୍ତେ ମୁଶା ଆଡଃ ଏଲିୟ ୟୀଶୁଲଃ ଜାଗାର୍ତାନ୍କ ନେଲ୍କେଦ୍କଆ । 4 ପାତ୍ରାସ୍ ୟୀଶୁକେ କାଜିକିୟାଏ, "ହେ ପ୍ରାଭୁ, ଆବୁଆଃ ନେତାଃରେ ତାଇନଃ ପୁରାଃ ବୁଗିନାଃ, ଆଡଃ ଆମ୍ ସୁକୁରେଦ, ଆଇଙ୍ଗ୍ ନେତାଃରେ ଆପିୟା କୁମ୍ବାଇଙ୍ଗ୍ ବାଇୟା, ଆମାଃ ନାଗେନ୍ତେ ମିଆଁଦ୍, ମୁଶା ନାଗେନ୍ତେ ମିଆଁଦ୍ ଆଡଃ ଏଲିୟ ନାଗେନ୍ତେ ମିଆଁଦ୍ ।"
5 ୧୭:୫ ମାଥିଉ ୩:୧୭; ୧୨:୧୮; ମାର୍କ ୧:୧୧; ଲୁକ ୩:୨୨. ୧୭:୫ ୨ ପାତ୍ରାସ୍ ୧:୧୭,୧୮. ୟୀଶୁ ଜାଗାର୍ତାନ୍ ଇମ୍ତାଗି ମିଆଁଦ୍ ମାର୍ସାଲ୍ ରିମିଲ୍ ଇନ୍କୁକେ ଉମ୍ବୁଲ୍କେଦ୍କଆ ଆଡଃ ନେଲେପେ, ଏନ୍ ରିମିଲ୍ଏତେ ଲାବ୍ଜା ଆୟୁମ୍ୟାନା, "ନିଃଗି ଆଇଁୟାଃ ଦୁଲାଡ଼୍ ହନ୍ ତାନିଃ, ନିଃତାଃରେ ଆଇଁୟାଃ ପୁରାଃଗି ସୁକୁ, ନିୟାଃ କାଜି ଆୟୁମେପେ ।"