23 ୟୀଶୁ ଆୟାଃ ଚେଲାକକେ କାଜିୟାଦ୍କଆଏ, "ସାର୍ତିଗିଙ୍ଗ୍ କାଜିୟାପେତାନା, କିସାଁଣ୍ ହଡ଼କନାଙ୍ଗ୍ ସିର୍ମା ରାଇଜ୍ରେ ବଲଃ ପୁରାଃଗି ହାମ୍ବାଲାଃ । 24 ଆଡଃଗିଇଙ୍ଗ୍ କାଜିପେତାନା, ପାର୍ମେଶ୍ୱାର୍ଆଃ ରାଇଜ୍ରେ କିସାଁଣ୍ ହଡ଼ ବଲ ଦାଡ଼ିଏତେ, ସୁଇ ଉଣ୍ଡୁଃରେ ଉଁଟ୍ ପାରମଃତେୟାଃ ରାୱାଲାଃ ।"
25 ଚେଲାକ ନେଆଁଁ ଆୟୁମ୍କେଦ୍ତେ ପୁରାଃଗିକ ଆକ୍ଦାନ୍ଦାଅୟାନା, ଆଡଃ ଆକ ଆକରେକ କୁପ୍ଲିୟାନା, "ତାବ୍ଦ ଅକଏ ଜୀଉ ବାଞ୍ଚାଅ ନାମ୍ ଦାଡ଼ିୟାଏ ?"
26 ୟୀଶୁ ଇନ୍କୁକେ ଆରିଦ୍କେଦ୍ତେ କାଜିକେଦ୍କଆଏ, "ହଡ଼କ ନାଗେନ୍ତେ ନେଆଁଁ କା ଦାଡ଼ିୟଃ କାମିତାନା ମେନ୍ଦ ପାର୍ମେଶ୍ୱାର୍ତେ ହବାଦାଡ଼ିୟଆଃ ।"