ୟୀଶୁ ମାନ୍ଦିର୍ ଅଡ଼ାଃତେ ସେନ୍ତାନାଏ
12 ୟୀଶୁ ମାନ୍ଦିର୍ ଅଡ଼ାଃରେ ବଲୟାନାଏ ଆଡଃ ମାନ୍ଦିର୍ ଅଡ଼ାଃରେ ସବେନ୍ କିରିଙ୍ଗ୍ ଆଖ୍ରିଙ୍ଗ୍ ତାନ୍କକେ ହାର୍ ଅଡଙ୍ଗ୍କେଦ୍କଆ ଆଡଃ ପାଏସା ଭାଞ୍ଜାଅତାନ୍କଆଃ ଟେବୁଲ୍କ, ଦୁଦୁମୁଲ୍କ ଆଖ୍ରିଙ୍ଗ୍ତାନ୍କଆଃ ଦୁବ୍ତେୟାଃ ଉଦୁର୍ବାଟିକେଦାଏ, 13 ଆଡଃ ଇନିଃ ଇନ୍କୁକେ କାଜିୟାଦ୍କଆଏ, "ଧାରାମ୍ପୁଥିରେ ନେଆଁଁ ଅଲାକାନା, ‘ଆଇଁୟାଃ ଅଡ଼ାଃ ବିନ୍ତିଅଡ଼ାଃ ମେନ୍ତେ ନୁତୁମଃଆ’ ମେନ୍ଦ ଆପେ ନେଆଁଁକେ କୁମ୍ବୁଡ଼ୁକଆଃ ତାଇନଃ ଠାୟାଦ୍ପେ ବାଇୟାକାଦା ।"