51 ଏନ୍ତେ ମାନ୍ଦିର୍ ଅଡ଼ାଃରେ ହାକାକାନ୍ ହାନାଟିଙ୍ଗ୍ ଦାନାଙ୍ଗ୍ଲିଜାଃ ଚେତାନ୍ଏତେ ଲାତାର୍ ଜାକେଦ୍ ଥାଲାରେ ବାର୍ ହିସା ଚାଗାଡ଼୍ୟାନା ଆଡଃ ଅତେ ଏକ୍ଲାଅକେଦ୍ତେ ଚାଟେନ୍କ ଫାଡ଼ାଃୟାନା । 52 ଆଡଃ ଚିମିନ୍ ତପାଗାଡ଼ାକ ଅଟାଃୟାନା ଆଡଃ ପାର୍ମେଶ୍ୱାର୍ଆଃ ଚିମିନ୍ ଗଜାକାନ୍ ପାବିତାର୍ ହଡ଼କଆଃ ହଡ଼୍ମ ଜୀଉବିରିଦ୍ୟାନା । 53 ଆଡଃ ଇନ୍କୁ ତପାଗାଡ଼ା ବାଗିକେଦ୍ତେ ୟୀଶୁଆଃ ଜୀଉବିନିରିଦ୍ ତାୟମ୍ତେ ପାବିତାର୍ ନାଗାର୍ ଯୀରୁଶାଲେମ୍ତେ ସେନଃୟାନାକ । ଏନା ପୁରାଃ ହଡ଼କ ଇନ୍କୁକେ ନେଲ୍କେଦ୍କଆକ ।
54 ମିଦ୍ଶାଅ ସିପାଇକଆଃ ଗମ୍କେ ଆଡଃ ଆୟାଃଲଃ ୟୀଶୁକେ ହରଇତାନ୍କ ଅତେ ଏକ୍ଲାଅଃତେୟାଃ ଆଡଃ ସବେନ୍ ହବାୟାନ୍ତେୟାଃକ ନେଲ୍କେଦ୍ତେ ପୁରାଃଗିକ ବରକେଦା ଆଡଃ ଆକ୍ଦାନ୍ଦାଅଃତାନ୍ଲଃ କାଜିକେଦାକ, "ସାର୍ତିଗି ନେ ହଡ଼ ପାର୍ମେଶ୍ୱାର୍ଆଃ ହନ୍ଗି ତାଇକେନାଏ ।"